ଓଡ଼ିଶାଲାଇଭ୍ ବ୍ୟୁରୋ

ବାଇକ୍‌ରେ ସ୍ତ୍ରୀ ସହ ଆସୁଥିବା ବେଳେ ବ୍ରିଜ୍‌ ଉପରୁ ନଇଁକୁ ଡେଇଁ ପଡ଼ିଥିବା ଯୁବକଙ୍କ ଏଯାଏଁ ପତ୍ତା ମିଳି ପାରି ନାହିଁ। ବୁଧବାର ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍‌ ପରେ କୌଣସି ପତ୍ତା ମିଳିପାରି ନାହିଁ। ଆଜି ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍‌।

ପାରିବାରିକ କଳହ ଯୋଗୁଁ ସେ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରାଯାଉଥିବା ସନ୍ଦେହ କରାଯାଉଛି। ନିଖୋଜ ଯୁବକଙ୍କ ନାମ ନିଆଳିର ଦେବଦତ୍ତ ମହାପାତ୍ର।

ବୁଧବାର ପ୍ରାୟ ସାଢ଼େ ଗୋଟାଏ ବେଳେ ଦେବଦତ୍ତ, ସ୍ତ୍ରୀ ଓ ପୁଅ ସମ୍ନାରେ ନଦୀକୁ ଡେଇଁ ପଡ଼ିବା ପରେ ଦୀର୍ଘ ୩ ଘଣ୍ଟା ଧରି ତାଙ୍କୁ ଉଦ୍ଧାର କରିବାକୁ ଅପରେସନ୍‌ ଜାରି ରହିଥିଲା। କିନ୍ତୁ ଖୋଜାଖୋଜା ପରେ ବି ଦେବଦତ୍ତଙ୍କ ପତ୍ତା ପାଇପାରି ନଥିଲେ ଉଦ୍ଧାରକାରୀ ଦଳ।

ତେବେ ଯୁବକଙ୍କ ପତ୍ନୀ ମୟୂରଭଞ୍ଜ ଜିଲ୍ଲାର ଜଣେ କାର୍ଯ୍ୟରତ ଶିକ୍ଷୟିତ୍ରୀ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଣକାଟିଠାରେ ଥିବା ଜନଜାତି ବାଳିକା ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ପରିଡ଼ା। ସେ ତାଙ୍କ ସ୍ୱାମୀଙ୍କ ସହିତ ଏକ ବାଇକରେ ନିଜ ଘରକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା।

Comment