ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଲାଗିରହିଥିବା ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ମାନ୍ଦାବସ୍ଥା କମିବାର ନାଁ ଧରୁନି। ବିଶେଷ କରି ଦେଶ ଅର୍ଥନୀତିକୁ ବହୁଳ ଅନୁଦାନ କରୁଥିବା ଅଟୋମୋବାଲ ସେକ୍ଟରରେ ମାନ୍ଦାବସ୍ଥା ଜାରି ରହିଛି।

ଗତ ସେପ୍ଟେମ୍ବର ମାସରେ ଗାଡ଼ି ବିକ୍ରିର ପରିମାଣ ହ୍ରାସ ପାଇଛି। ଯାତ୍ରୀବାହୀ ଗାଡ଼ିର ବିକ୍ରି ୨୩.୬୯ ପ୍ରତିଶତ କମିଯାଇଛି। ସେହିପରି ବ୍ୟବସାୟିକ ଗାଡ଼ିର ବିକ୍ରି ୬୨.୧୧ ପ୍ରତିଶତ କରିଯାଇଛି। ଏନେଇ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକ୍ଚର୍ସ(ସିଆମ୍‌) ପକ୍ଷରୁ ସୂଚନା ମିଳିଛି। 

ସିଆମ୍ ପକ୍ଷରୁ ଜାରି ହୋଇଥିବା ସୂଚନା ମୂତାବିକ, ସେପ୍ଟେମ୍ବର ମାସରେ ଯାତ୍ରୀବାହୀ ଗାଡ଼ିର ଉତ୍ପାଦନ ୧୯ ପ୍ରତିଶତ କମିଯାଇଥିବା ବେଳେ ଘରୋଇ ଗାଡ଼ି ବିକ୍ରି ୨୩.୬୯ ପ୍ରତିଶତ କମିଯାଇଛି। ସେପ୍ଟେମ୍ବର ମାସରେ ଯାତ୍ରୀବାହୀ ଗାଡ଼ି ୨,୭୯,୬୪୪ ପ୍ରତିଶତ ଉତ୍ପାଦନ କରାଯାଇଥିବା ବେଳେ ଏହାର ବିକ୍ରି ୨,୨୩,୩୧୭ ୟୁନିଟ୍‌ ହୋଇଛି।

୨୦୧୮ ସେପ୍ଟେମ୍ବର ମାସରେ ଯାତ୍ରୀବାହୀ ଗାଡ଼ିର ଉତ୍ପାଦନ ୨,୩୩,୩୫୧ ୟୁନିଟ୍‌ ହୋଇଥିବା ବେଳେ ଚଳିତ ବର୍ଷ ୧,୮୦,୭୭୯ ୟୁନିଟ୍‌ କାର ଉତ୍ପାଦନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖିଲେ ଯାତ୍ରୀବାହୀ ଗାଡ଼ିର ବିକ୍ରି ୨୨.୫୩ ପ୍ରତିଶତ କମିଯାଇଛି।

ସେହିପରି ସେପ୍ଟେମ୍ବର ୨୦୧୯ରେ ଯାତ୍ରୀବାହୀ ଗାଡ଼ିର ଘରୋଇ ବିକ୍ରି ୧,୩୧,୨୮୧ ୟୁନିଟ୍‌ ବିକ୍ରି ହୋଇଛି। ହେଲେ ଗତ ବର୍ଷ ଏହି ମାସରେ ୧,୯୭,୧୨୪ କାର ବିକ୍ରି ହୋଇଥିଲା। ଅର୍ଥାତ୍‌ ଯାତ୍ରୀବାହୀ ଗାଡ଼ିର ଘରୋଇ ବିକ୍ରି ୩୩ ପ୍ରତିଶତରୁ ଅଧିକ କମି ଯାଇଛି।

ଅଟୋମୋବାଇଲ ସେକ୍ଟରରେ ପୂଜା ସମୟକୁ ଗୋଲ୍‌ଡେନ୍‌ ଟାଇମ୍‌ କୁହାଯାଏ। କାହିଁକି ନାଁ, ଏହି ସମୟରେ ଅଟୋମୋବାଇଲ କ୍ଷେତ୍ରରେ ପ୍ରବଳ ଗାଡ଼ି ବିକ୍ରି ହେବା ସହ ଭଲ ବ୍ୟବସାୟ ହୋଇଥାଏ। କିନ୍ତୁ ଚଳିତ ପୂଜା ବଜାରରେ ଅଟୋମୋବାଇଲ ଶିଳ୍ପକୁ ଶକ୍ତ ଧକ୍କା ଲାଗିଛି। ଯାହା ଦେଶର ଅର୍ଥନୀତି ପାଇଁ ଶୁଭ ସଙ୍କେତ ନୁହେଁ।

Comment