ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ତେବେ ଏହା ଦେଶର ଅଟୋମୋବାଇଲ ଶିଳ୍ପକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହି କାରଣରୁ ଚଳିତ ବର୍ଷ ଯାନବାହନ ବିକ୍ରି କମିଥିବା ସୂଚନା ମିଳିଛି।

ପୂର୍ବ ବର୍ଷ ତୁଳନାରେ ଚଳିତ ଅଗଷ୍ଟ ମାସରେ ବ୍ୟବସାୟିକ ଗାଡ଼ି ବିକ୍ରି ୩୮.୭ ପ୍ରତିଶତ କମିଛି। ସେହିପରି ଯାତ୍ରୀବାହୀ ଗାଡ଼ି ବିକ୍ରି ୩୧.୬ ପ୍ରତିଶତ କମିଥିବା ସୂଚନା ମିଳିଛି।

 

ପାସେଞ୍ଜର ଓ ଦୁଇ ଚକିଆ ଯାନର ବିକ୍ରିରେ ମଧ୍ୟ ହ୍ରାସ ପାଇଥିବା ଲକ୍ଷ କରାଯାଇଛି। ପାସେଞ୍ଜର କାର ବିକ୍ରି ୪୧.୧ ପ୍ରତିଶତ କମିଥିବା ବେଳେ ଦୁଇ ଚକିଆ ଯାନ ବିକ୍ରି ୨୨.୨ ପ୍ରତିଶତ କମିଛି। ଏନେଇ ସୋସାଇଟି ଅଫ୍‌ ଅଟୋମୋବାଇଲ ମ୍ୟାନୁଫ୍ୟାକ୍ଚର ପକ୍ଷରୁ ସୂଚନା ଦିଆଯାଇଛି।

ଯାନବାହନ କ୍ରୟ ପାଇଁ ଲୋକମାନଙ୍କର ମଧ୍ୟରେ ଉତ୍ସାହର ଅଭାବ ଏବଂ ବିଦେଶୀ ପୁଞ୍ଜି ନିବେଶକାରୀମାନଙ୍କ ଦ୍ୱାରା ପୁଞ୍ଜି ପ୍ରତ୍ୟାହାର ଭଳି କାରଣ ଯୋଗୁଁ ଯାନବାହନ ଶିଳ୍ପର ଗତିପଥରେ ବାଧା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଦେଶର ସର୍ବବୃହତ୍ କାର୍ କମ୍ପାନି ମାରୁତି ସୁଜୁକି ତା’ର କାର୍ ନିର୍ମାଣ କାର୍ଯ୍ୟକୁ କିଛି ପରିମାଣରେ ଧିମା କରିଦେଇଥିଲା। ଯାହା ଫଳରେ କମ୍ପାନି ପକ୍ଷରୁ ଅନେକ କର୍ମଚାରୀଙ୍କୁ ଛଟେଇ କରିବାକୁ ପଡ଼ିଥିଲା।

Comment