ଓଡ଼ିଶାଲାଇଭ୍ ବ୍ୟୁରୋ

ଅଟୋମୋବାଇଲ ଶିଳ୍ପ ଉପରେ ଆର୍ଥିକ ମାନ୍ଦାବସ୍ଥା ଥିବାବେଳେ ଭାରତ ବଜାର ଉପରେ ମାନ୍ଦାବସ୍ଥାର କୌଣସି ପ୍ରଭାବ ପଡ଼ିନାହିଁ। ଏହାକୁ ଭୁଲ୍‌ ପ୍ରମାଣିତ କରିଛି ମର୍ସିଡିସ୍‌ ବେଞ୍ଜ୍‌ର ବିକ୍ରି ସଂଖ୍ୟା।

ଧନ୍‌ତେରସ୍‌ ଅବସରରେ ଭାରତରେ ପ୍ରାୟ ୬୦୦ ମର୍ସିଡିସ୍‌ ବେଞ୍ଜ ବିକ୍ରି ହୋଇଛି। ଏହି କାର୍‌ଗୁଡ଼ିକ ଦିଲ୍ଲୀ ଏନ୍‌ସିଆର୍‌, ମୁମ୍ବାଇ, ପୁନେ, କୋଲକତା ଏବଂ ଗୁଜୁରାଟରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଦଶହରା ଓ ନବରାତ୍ରୀ ଅବସରରେ ମୁମ୍ବାଇ ଓ ଗୁଜୁରାଟରେ ମର୍ସିଡିସ୍‌ ତରଫରୁ ୨୦୦ରୁ ଅଧିକ କାର ଡେଳିଭରି ହୋଇଛି।

କେବଳ ମର୍ସିଡିସ୍‌ ବେଞ୍ଜ ନୁହେଁ ପ୍ରାୟ ସବୁ ଅଟୋମୋବାଇଲର ବିକ୍ରି ଧନ୍‌ତେରସ୍‌ରେ ହୋଇଛି। ଚଳିତବର୍ଷ ଧନ୍‌ତେରସ୍‌ରେ ୫ରୁ ୭ ପ୍ରତିଶତ ଅଧିକ କାର ବିକ୍ରି ହୋଇଛି।

ଚଳିତବର୍ଷ ଦୁଇଚକିଆ ଯାନର ବିକ୍ରି ମଧ୍ୟ ବହୁତ ବଢ଼ିଛି।

Comment