ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଯାଇଛି ୨୦୨୧-୨୨ ମସିହାର ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହି ରିପୋର୍ଟ ଅନୁସାରେ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ ରହିଛି। ୨୦୨୧-୨୨ରେ ରାଜ୍ୟରେ ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ୨୦୨୦-୨୧ରେ ଅଭିବୃଦ୍ଧି ହାର ୫.୩ ପ୍ରତିଶତ ରହିଥିଲା।

ମୁଣ୍ଡପିଛା ଆୟ ପୂର୍ବ ଅପେକ୍ଷା ଦୁଇଗୁଣା ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୧-୧୨ ମୁଣ୍ଡପିଛା ଆୟ ତୁଳନାରେ ୨୦୨୧-୨୨ରେ ମୁଣ୍ଡପିଛା ଆୟ ଦୁଇଗୁଣା ବଢ଼ିଛି। ୨୦୧୧-୧୨ରେ ମୁଣ୍ଡ ପିଛା ଆୟ ୪୮,୪୯୯ ରହିଥିବାବେଳେ ୨୦୨୧-୨୨ରେ ମୁଣ୍ଡପିଛା ଆୟ ୧,୨୭,୩୮୩କୁ ବୃଦ୍ଧି ହୋଇଛି।

Tags: #EconomicSurveyReport #SurveyReport #GDP #Odisha #OdishaAssemblyBudgetSession

Comment