ଓଡ଼ିଶାଲାଇଭ ବ୍ୟୁରୋ  

ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ବନ୍ଧା ହେଲା ସ୍ଵାମୀ। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ବ୍ରାହ୍ମଣୀଗାଁରେ। ସ୍ତ୍ରୀକୁ ନିର୍ଯାତନା ଦେବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ଜୟପୁର ସଦର ପୋଲିସ।

ଜୟପୁର ବାହ୍ମଣୀଗାଁର ଫାତିମା ବିବି ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ଏସ.କେ ନାଜିରଙ୍କ ନାଁରେ ଜୟପୁର ସଦର ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ସ୍ୱାମୀ ଏସ.କେ ନାଜିର ତାଙ୍କୁ ମାନସିକ ଏବଂ ଶାରୀରିକ ଭାବରେ ନିର୍ଯ୍ୟାତନା ଦେବା ସହ ବହୁ ସମୟ ଧରି ଯୌତୁକ ନାଁରେ ଅତ୍ୟାଚାର କରି ଆସୁଥିଲେ।

ଏନେଇ ଫାତିମା ବିବି ସଦର ଥାନାରେ ସ୍ଵାମୀ ତାଙ୍କୁ ଜୀବନରୁ ମାରିବା ପାଇଁ ଚେଷ୍ଟା କରୁଥିବା ତଥା ତାଙ୍କ ନାବାଳକ ପୁଅକୁ ବିକ୍ରି ପାଇଁ ଉଦ୍ୟମ କରୁଥିବ ନେଇ ଅଭିଯୋଗ କରିଥିଲେ। ଏହି ଅଭଯୋଗକୁ ଭିତ୍ତି କରି ଜୟପୁର ସଦର ଥାନା ପୁଲିସ ୧୭୬/୧୯ରେ ମାମଲା ରୁଜୁ କରିଛି। ଧାରା ୪୯୮/୩୨୩/୩୦୭ ରେ ମାମଲା ରୁଜୁ କରାଯାଇ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରି ଶିବ ଶଙ୍କର ସାହୁ ପ୍ରକାଶ କରିଛନ୍ତି।

Comment