ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦମଦାର ଦ୍ଵିଶତକ ହାସଲ କରିଛନ୍ତି। ଏହାସହ ଭାରତ ବର୍ତ୍ତମାନ ସୁଦ୍ଧା ୪ ଓ୍ଵିକେଟ ହରାଇ ୪୯୫ ରନ କରି ବିଶାଳ ସ୍କୋର ଆଡ଼କୁ ଅଗ୍ରସର ହେଉଛି।
ପେଟିଏମ୍ ଫ୍ରିଡମ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଦମଦାର ବ୍ୟାଟିଂ କରୁଛି। ପୂର୍ବରୁ ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ଶତକ ହାସଲ କରି ସାରିଥିବା ବେଳେ ବର୍ତ୍ତମାନ ଅଧିନାୟକ କୋହଲି ତାଙ୍କ କ୍ୟାରିୟରର ସପ୍ତମ ଦ୍ଵିଶତକ ହାସଲ କରିଛନ୍ତି। ସେ ୨୯୯ ବଲରେ ୨୦୧ ରନ କରି ଦ୍ଵିଶତକ ହାସଲ କରିଥିଲେ।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ଚେତେଶ୍ଵର ପୂଜାରା ୫୮ ଓ ଆଜିଙ୍କ୍ୟ ରାହାଣେ ୫୯ ରନ କରିସାରିଛନ୍ତି। ବର୍ତ୍ତମାନ କୋହଲି ୨୧୧ ରନ ଓ ରବିନ୍ଦ୍ର ଜାଡେଜା ୩୯ ରନ କରି କ୍ରିଜ ଉପରେ ଖେଳ ଜାରି ରଖିଛନ୍ତି।


















