ଓଡ଼ିଶାଲାଇଭ୍ ବ୍ୟୁରୋ


ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଜିନ୍‌ପିଙ୍ଗ୍‌ ତାମିଲନାଡୁ ଆସିଛନ୍ତି। ଜିନ୍‌ପିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ସ୍ୱାଗତ କରିବା ସହ ମହାବଳିପୁରର ସୋର ମନ୍ଦିର ପରିଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ମନ୍ଦିରର ସଂସ୍କୃତି ଏବଂ ଐତିହ୍ୟ ସମ୍ପର୍କରେ ଜିନ୍‌ପିଙ୍ଗଙ୍କୁ ବୁଝାଇଥିଲେ। ଏହି ଦୁଇ ରାଷ୍ଟ୍ର ମୁଖ୍ୟ ମନ୍ଦିର ବୁଲିବା ସହ ଫଟୋ ପୋଜ୍‌ ବି ଦେଇଥିଲେ। ମନ୍ଦିର ବୁଲିବା ଭିତରେ ମୋଦୀ ଏବଂ ଜିନ୍‌ପିଙ୍ଗ ପଇଡ଼ ବି ପିଇଥିଲେ।

ଏହି ଅବସରରେ ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୋଦୀ ଏବଂ ଜିନ୍‌ପିଙ୍ଗ ଏକାଠି ବସି ଲୋକନୃତ୍ୟ ଉପଭୋଗ କରିଥିଲେ। ପରେ ମଞ୍ଚ ଉପରକୁ ଆସି କଳାକାରଙ୍କ ସହ ହାତ ମିଳାଇଥିଲେ ଜିନ୍‌ପିଙ୍ଗ ଓ ମୋଦୀ। କଳାକ୍ଷେତ୍ର ଫାଉଣ୍ଡେସନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ମୋଦୀ ଏବଂ ଜିନ୍‌ପିଙ୍ଗ ପ୍ରଥମେ ପଞ୍ଚ ରଥ ମନ୍ଦିର ଓ ଅର୍ଜୁନ ତପସ୍ୟାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ସମୁଦ୍ର ନିକଟରେ ଥିବା ପ୍ରାଚୀନ ସୋର୍‌ ମନ୍ଦିରକୁ ଯାଇଥିଲେ।

ଚେନ୍ନାଇରେ ଆଜି ରାତିରେ ରହିବେ ଜିନ୍‌ପିଙ୍ଗ୍‌। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାତ୍ରିଭୋଜନ ସମୟରେ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବେ।

ଜିନପିଙ୍ଗ୍‌ ରାତ୍ରିଭୋଜନରେ ଥକ୍କାଲି ରସମ, କଢ଼ଲାଇ କୁରୁମା, କବାନରସୀ ହାଲୱା, ଅରଚୁବିତା ସାମ୍ବର ଭଳି ଦକ୍ଷିଣ ଭାରତୀୟ ଖାଦ୍ୟ ଗ୍ରହଣ କରିବେ। ତା’ ସହ ବିଭିନ୍ନ ପ୍ରକାରର ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଖାଦ୍ୟ ତାଙ୍କ ରାତ୍ରିଭୋଜନରେ ରଖାଯାଇଛି।

Comment