ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୁଦ୍ର କୂଳ ସଫା କଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚେନ୍ନାଇ ଗସ୍ତରେ ଥିବା ମୋଦୀ ଆଜି ସକାଳୁ ମାମଲାପୁରମ୍‌ର ବେଳାଭୂମିରେ ନିଜେ ଆବର୍ଜନା ଉଠାଇଛନ୍ତି।

କଳା ପ୍ୟାଣ୍ଟ, ସାର୍ଟ ପିନ୍ଧି ବେଳାଭୂମିରେ ବୁଲି ବୁଲି ଜରି, ପ୍ଲାଷ୍ଟିକ ବୋତଲ ଆଦି ମୋଦୀ ନିଜେ ଉଠାଇଥିଲେ।  ଏହାପରେ ସେ ଏହି ଆବର୍ଜନାକୁ ହୋଟେଲର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସହ ସାକ୍ଷାତପାଇଁ ଶୁକ୍ରବାରଠୁ ଚେନ୍ନାଇ ଗସ୍ତରେ ଅଛନ୍ତି ମୋଦୀ।

ଶନିବାର ପୁଣିଥିରେ ମୋଦୀ ଓ ଜିନପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା ହେବ। ବାଣିଜ୍ୟ, ସୀମା ବିବାଦ, ଆତଙ୍କବାଦ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିପାରନ୍ତି।

Comment