ଓଡ଼ିଶାଲାଇଭ ବ୍ୟୁରୋ

ଗୋଟେ କ୍ଲିନିକ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ଅଭିଯୋଗ ପରେ ଲ୍ୟାବ ଟେକନିସିଆନ୍‌ଙ୍କୁ ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏକ କ୍ଲିନିକରେ।

ଜଣେ ଯୁବତୀଙ୍କ ଦେହ ଖରାପ ଥିବାରୁ ସେ ବାରିପଦା ବୈଶିଙ୍ଗା ଅନ୍ତର୍ଗତ ମାଣିତ୍ରୀ ଛକରେ ଥିବା ଏକ କ୍ଲିନିକୁ ଯାଇଥିଲେ। ସେଠାରେ ଜଣେ ଲ୍ୟାବ ଟେକନିସିଆନ୍‌ ଯୁବତୀଙ୍କୁ ଅସଭ୍ୟ ଭାବେ କଥା କହିବା ସହ ଅସଦାଚରଣ କରିଥିଲେ। ଏହାକୁ ଯୁବତୀ ପ୍ରତିବାଦ କରିଥିଲେ ମଧ୍ୟ ଯୁବକ ଜଣକ ଶୁଣି ନଥିଲେ।

ପରେ ଯୁବତୀ ଜଣକ ଅସଦାଚରଣ ଅଭିଯୋଗ ଆଣିବା ପରେ ସ୍ଥାନୀୟ ଲୋକ ଯୁବକଙ୍କୁ ନିସ୍ତୁ ପିଟିଥିଲେ। ଏହାସହ ପୋଲିସ ଜିମା ଦେଇଛନ୍ତି।

Comment