ଓଡ଼ିଶାଲାଇଭ ବ୍ୟୁରୋ

ଦରମା ବୃଦ୍ଧି ଦାବି ନେଇ ଦେଶବ୍ୟାବପୀ ଆନ୍ଦୋଳନରେ ବସିଛନ୍ତି ହାଲ୍‌ କର୍ମଚାରୀ ସଂଘ। ଦେଶର ପ୍ରାୟ ୧୮ ହଜାର କର୍ମଚାରୀ ବିଭିନ୍ନ ଜାଗାରେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ସୁନାବେଡାସ୍ଥିତ ହାଲ୍‌ରେ ମଧ୍ୟ ୨ହଜାର ୬୦୦ କର୍ମଚାରୀ ଆନ୍ଦୋଳନ କରିଛନ୍ତି।

କର୍ମଚାରୀଙ୍କ ଦରମା ବୃଦ୍ଧି ଦାବିରେ ସୁନାବେଡ଼ାସ୍ଥିତ ହାଲ୍‌ କର୍ମଚାରୀମାନେ ମୁଖ୍ୟ ଫାଟକ ନିକଟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଯଦି ଏଥିରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ନକରନ୍ତି ତେବେ ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଦେଶର ଅନ୍ୟତମ ବଡ ସରକାରୀ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ, ହାଲର ଦେଶରେ ୮ଟି ଉତ୍ପାଦନ କଂପ୍ଲେସ ରହିଛି। କୋରାପୁଟ, ହାଇଦ୍ରାବାଦ, ବେଙ୍ଗାଳୁରୁ, ଲକ୍ଷ୍ନୌ, କାନପୁର, ନାସିକ, କୋରଓ୍ଵା ଓ କାସାରାଗୋଡ଼ରେ ହାଲର ୟୁନିଟ ଅଛି। ଏହାସହ ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ଦରମାରେ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ପାତରଅନ୍ତର କରାଯାଉଛି।

Comment