ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବିମାନ ସେବା ସ୍ଥାନର ସମ୍ପ୍ରସାରଣ କରାଯିବ। ଏଥିପାଇଁ  ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହାକୁ ଅଧିକ ଚଉଡ଼ା କରାଯିବ। ପିଡବ୍ଲୁଡି ପକ୍ଷରୁ ବର୍ତ୍ତମାନର ୯୦୦ ମିଟର ଓସାରକୁ ୧୫୦୦ ମିଟର କରାଯିବ ବୋଲି କହିଛନ୍ତି ଏହି ଡିଭିଜନର ଇଞ୍ଜିନିୟର। ଏହି ସମ୍ପ୍ରସାରଣ ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଏଥିମଧ୍ୟରୁ ୪୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରାୟ ୧୨ କୋଟି ଖର୍ଚ୍ଚ କରାଯିବ। ଜିଲ୍ଲା ପ୍ରଶାସନ ତରଫରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

ବ୍ରହ୍ମପୁର ସହରଠାରୁ ୧୨ କିମି ଦୂରରେ ଥିବା ଐତିହାସିକ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହାର ରନୱେ ସେନା ପକ୍ଷରୁ ବର୍ତ୍ତମାନ ବ୍ୟବହାର କରାଯାଉଛି। ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ସହରକୁ ବିମାନରେ ଯିବାକୁ ହେଲେ ଏଠି ଅବତରଣ କରିବାକୁ ହୁଏ।

୨୦୧୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଖପାଖ କରାପଲ୍ଲୀ ଓ ରଙ୍ଗେଇଲୁଣ୍ଡା ପଞ୍ଚାୟତର ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ ଓ ଜମି ନଦେବା ନିଷ୍ପତ୍ତି ଯୋଗୁଁ ଏହାକୁ ସ୍ଥଗିତ ରଖା ଯାଇଥିଲା।

Comment