ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

5-T କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ରାଜ୍ୟ ସରକାର ‘ମୋ ସରକାର’ ଯୋଜନା ଶୁଭାରମ୍ଭ କରିଛନ୍ତି। ଡାକ୍ତରଖାନାରେ କେମିତି ‘ମୋ ସରକାର’ ଚାଲିଛି ତାହା ଜାଣିବା ପାଇଁ 5-T ସଚିବ ବିଭିନ୍ନ ଡାକ୍ତରଖାନା ପରିଦର୍ଶନରେ ଯାଉଛନ୍ତି। ଏହାକୁ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସମାଲୋଚନା କରିଛନ୍ତି।

ମନ୍ତ୍ରୀମାନେ କୁଆଡ଼େ ଗଲେ ଏବଂ ସଚିବମାନେ କାହିଁକି ବୁଲୁଛନ୍ତି ବୋଲି ସୁର ପ୍ରଶ୍ନ କରିଛନ୍ତି।

ସୁର କହିଛନ୍ତି, ‘‘ନବୀନ ବାବୁ ୨୦ ବର୍ଷ ହେଲା ଶାସନ କରୁଛନ୍ତି। ଏବେ ନୁହେଁ। 5-T କାର୍ଯ୍ୟକ୍ରମ ଆଗରୁ କାହିଁକି କଲେନି? ନବୀନ ବାବୁ ଏତେବର୍ଷ ହେଲା କ’ଣ କରୁଥିଲେ? ଖାଲି ଗୋଟେ ପତିଆରା ବଢ଼ାଇବା ଲାଗି ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ଏସବୁ କେବଳ ଡ୍ରାମା।’’

ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ଆରମ୍ଭ ହେବା ପରେ 5-T ସଚିବ ଭ କାର୍ତ୍ତିକେୟନ ପାଣ୍ଡିଆନ୍‌ ବିଭିନ୍ନ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପରିଦର୍ଶନରେ ଯାଉଛନ୍ତି।

Comment