ଓଡ଼ିଶାଲାଇଭ ବ୍ୟୁରୋ

କଟକରେ ଆରମ୍ଭ ହୋଇଛି ପଲିଥିନ୍‌ ଧରପଗଡ଼। କଟକ ନୂଆବଜାର ଅଞ୍ଚଳରେ ସିଏମସି ଚଢ଼ାଉ କରିଛି। ଚଢ଼ାଉ ବେଳେ ବଜାରରୁ ଏକ ଟ୍ରକ ପଲିଥିନ ଜବତ କରାଯାଇଛି। ଏହାସହ ପଲିଥିନ ଚଢ଼ାଉ ବେଳେ ଉତ୍ତେଜନା ମଧ୍ୟ ଦେଖାଯାଇଛି। ଏନଫୋର୍ସମେଣ୍ଟ ଟିମ୍‌ର ଜଣେ ସଦସ୍ୟଙ୍କୁ ଦୋକାନରେ ପୁରାଇ ତାଲା ପକାଇଛନ୍ତି ଦୋକାନୀ।

କଟକ ନୂଆବଜାର ଅଞ୍ଚଳରେ ସିଏମସି ପଲିଥିନ ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ବଜାରରୁ ଏକ ଟ୍ରକ ପଲିଥିନ ଜବତ ହୋଇଥିଲା। ହେଲେ ପରେ ସେଠାରେ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା। ଏନଫୋର୍ସମେଣ୍ଟ ଟିମ୍‌ର ଜଣେ ସଦସ୍ୟଙ୍କୁ ଦୋକାନ ଭିତରେ ପୂରାଇ ସଟର ପକାଇ ଦେଇଥିଲେ ଦୋକାନୀ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକାରୀଙ୍କୁ ଉଦ୍ଧାର କରିଥିଲେ।

ଅକ୍ଟୋବର ୨ ତାରିଖରୁ ରାଜ୍ୟର ସମସ୍ତ ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏହାକୁ ଅମାନ୍ୟ କଲେ ମୋଟା ଅଙ୍କର ଜରିମାନା ମଧ୍ୟ ଲାଗୁ ହେବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment