ଓଡ଼ିଶାଲାଇଭ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ତଥା ପୂବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ଆଜି ୩୮ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୧ ମସିହା ଆଜିର ଦିନରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ କ୍ରିକେଟରଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଅଜଣା କଥା।

ଗୌତମ ଗମ୍ଭୀରଙ୍କ ଜନ୍ମ ୧୯୮୧ ମସିହା ୧୪ ଅକ୍ଟବରରେ ଦିଲ୍ଲୀରେ ହୋଇଥିଲା। ସେ ଜଣେ ବ୍ୟବସାୟୀ ପରିବାରରୁ ଆସିଛନ୍ତି। ହେଲେ ସେ ବ୍ୟବସାୟ ନକରି କ୍ରିକେଟରେ ଯୋଗ ଦେଇଥିଲେ। ୨୨ ବର୍ଷ ବୟସରେ ସେ ଟିମ୍‌ ଇଣ୍ଡିଆରେ ଡେବ୍ୟୁ କରିଥିଲେ। ୨୦୦୩ରେ ବାଂଲାଦେଶ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିବା ବେଳ ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ।

ଦକ୍ଷିଣ ଆଫ୍ରିକାରେ ହୋଇଥିବା ଟି-୨୦ ବିଶ୍ଵକପରେ ଗମ୍ଭୀର ଚମତ୍କାର ପ୍ରଦାରଶନ କରିଥିଲେ। ଏଥିରେ ସେ ୩ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଏହାସହ ୨୦୧୧ ବିଶ୍ଵକପରେ ସେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପକ୍ଷରୁ ସର୍ବାଧିକ ୯୭ ରନ ହାସଲ କରିଥିଲେ।

ଏହାଛଡ଼ା କ୍ରିକେଟର ୩ଟି ପ୍ଲାଟଫର୍ମରେ ତାଙ୍କର ଅନେକ ରେକର୍ଡ ରହିଛି। ଆଇପିଏଲରେ ମଧ୍ୟ ସେ କୋଲକତା ନାଇଟ ରାଇଡରର କ୍ୟାପଟେନ ରହିଥିଲେ। ଗୋଟେ ସମୟରେ କ୍ରିକେଟରେ ତାଙ୍କର ଦବଦବା ରହିଥିଲା।

ସେ ତାଙ୍କ କ୍ୟାରିୟରରେ ଭାରତ ପକ୍ଷରୁ ୫୮ ଟେଷ୍ଟ ଖେଳି ୪ ହଜାର ୧୫୪ ରନ କରିଥିବା ବେଳେ ୧୪୭ ଦିନିକିଆ ଖେଳି ୫ ହଜାର ୨୩୮ ରନ କରିଛନ୍ତି। ସେହିପରି ୩୭ ଟି-୨୦ ମ୍ୟାଚ ଖେଳିଛନ୍ତି। ପରେ ୨୦୧୮ ଡିସେମ୍ଵର ୪ ତାରିଖରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

କ୍ରିକେଟରୁ ଅବସର ପରେ ସେ ତାଙ୍କ କ୍ୟାରିୟରର ଦ୍ଵିତୀୟ ଇଂନିସ ଆରମ୍ଭ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପିରେ ଯୋଗ ଦେଇଥିଲେ। ପରେ ପୂର୍ବ ଦିଲ୍ଲୀରୁ ବିଜେପି ପ୍ରର୍ଥୀ ଭାବେ ସେ ବିଜୟୀ ହୋଇଥିଲେ।

Comment