ଓଡ଼ିଶାଲାଇଭ ବ୍ୟୁରୋ

ଯେଉଁ ନିୟମରେ ଇଂଲଣ୍ଡ ବିଶ୍ଵକପ ବିଜୟୀ ହୋଇଥିଲା ଏବେ ତାକୁ ରଦ୍ଦ କରିଛି ଆଇସିସି। ଏଣିକି ସୁପର ଓଭର ମ୍ୟାଚ ଟାଇ ହେଲେ ଆଉ ବାଉଣ୍ଡ୍ରି ଗଣା ଯିବନାହିଁ। ଯେଉଁ ପର୍ଯ୍ୟନ୍ତ ଗୋଟେ ଦଳ ଅନ୍ୟ ଦଳଠାରୁ ଜିତି ନାହିଁ ସେ ପର୍ଯ୍ୟନ୍ତ ସୁପର ଓଭର ଖେଳାଯିବ ବୋଲି ନିଷ୍ପତ୍ତି ନେଇଛି ଆଇସିସି।

ଏନେଇ ଆଇସିସି କହିଛି, “ଯଦି ଫାଇନାଲ ଓ ସେମି ଫାଇନାଲରେ ସୁପର ଓଭର ଟାଇ ରହିବ ତେବେ ଆଉ ବାଉଣ୍ଡ୍ରି ଗଣା ଯିବ ନାହିଁ। ଏଣିକି ଗୋଟେ ଦଳ ଅନ୍ୟ ଦଳଠାରୁ ନ ଜିତିବା ପର୍ଯ୍ୟନ୍ତ ସୁପର ଖେଳାଯିବ।”

ଗତ ବିଶ୍ଵକପ ଫାଇନାଲ ମ୍ୟାଚରେ ଇଂଲଣ୍ଡ ଏହି ନିୟମରେ ନ୍ୟୁଜିଲାଣ୍ଡଠାରୁ ବିଜେତା ହୋଇଥିଲା। ମ୍ୟାଚ ଟାଇ ହେବା ପରେ ସୁପର ଓଭର ଖେଳାଯାଇଥିଲା ହେଲେ ସୁପ ଓଭର ମଧ୍ୟ ଟାଇ ହୋଇଥିଲା। ଏହାପରେ ବାଉଣ୍ଡ୍ରି ଗଣା ଯାଇଥିଲା। ଯାହା ଫଳରେ ଇଂଲଣ୍ଡ ବିଜେତା ହୋଇଥିଲା।

Comment