ଓଡ଼ିଶାଲାଇଭ୍ ବ୍ୟୁରୋ

ଜାପାନର ରାଜଧାନୀ ଟୋକିଓ ସହ ଦେଶର ବିଭିନ୍ନ ଅଞ୍ଚଳରେ ତାଣ୍ଡବଲୀଳା ସୃଷ୍ଟି କରିଛି ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼ ‘ହେଗୀବିସ’। ଝଡ଼ର ପ୍ରଭାବରେ ଜାପାନର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ଏଥିପାଇଁ  ଭାରତ ତରଫରୁ ସହାୟତା ପାଇଁ ଦୁଇଟି ଯୁଦ୍ଧ ଜାହାଜରେ ରିଲିଫ୍ ଖାଦ୍ୟ ଜାପାନକୁ ପଠାଯାଇଛି।

ଶନିବାର ସଂଧ୍ୟା ସମୟରେ ଏହି ସାମୁଦ୍ରିକ ଝଡ଼ ଜାପାନର ସ୍ଥଳଭାଗ ଛୁଇଁଥିଲା। ଝଡ଼ର ପ୍ରଭାବରେ ସହରରେ ଭାରି ପରିମାଣରେ ବର୍ଷା ହୋଇଥିଲା। ଫଳରେ ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଥିଲା।

ଝଡ଼ର ପ୍ରଭାବରେ ଜାପାନରେ ବର୍ତ୍ତମାନ ସୁଦ୍ଧା ୩୩ଜଣ ଲୋକ ପ୍ରାଣ ହରାଇସାରିଲେଣି। ଏହାସହ ୧୬ ଜଣ ଲୋକ ନିଖୋଜ ରହିଥିବା ସୂଚନା ମିଳିଛି।

ଜାପାନରେ ବର୍ତ୍ତମାନ ଟ୍ରେନ୍ ଓ ବିମାନ ଚଳାଚଳକୁ ରୋକିଦିଆଯାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ୩୧ ହଜାର ସୈନିକ ଓ ୧ଲକ୍ଷ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଛି।

ଭାରତୀୟ ନୌସେନା ତାର ଦୁଇଟି ଯୁଦ୍ଧ ଜାହାଜ ଆଇଏନଏସ୍ ଶହୟାଦ୍ରୀ ଓ ଆଇଏନଏସ୍ କିଲ୍ତାନକୁ ଜାପାନ ପଠାଇଛି। ଏହି ଦୁଇଟି ଯୁଦ୍ଧ ଜାହାଜ ବର୍ଷା ଓ ଝଡ଼ ତୋଫାନରେ ଫସି ରହିଥିବା ବିଭିନ୍ନ ଲୋକଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବ।

Comment