ଓଡ଼ିଶାଲାଇଭ ବ୍ୟୁରୋ

ପେସାରେ ସରକାରୀ ଚାକିରିଆ, ହେଲେ ନିଶା ଗୀତ ଗାଇବା। ଗୋଟେ କାର୍ଯ୍ୟକ୍ରମରେ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରାଇଛନ୍ତି ଜଣେ ସରକାରୀ ଅଧିକାରୀ। ସେ ହେଉଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି। ପୋଲିସ ଅଫିସର ଭାବେ ଚୋର ଡକାୟତଙ୍କୁ ସାବାଡ଼ କରି ସାଧାରଣରେ ହୋଇଥିବା ଥାନା ଅଧିକାରୀ ଆଜି ନିଜର କଳା ଦେଖାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ସେହିପରି ଆଉଜଣେ ପେସାରେ ସରକାରୀ ଚାକିରିଆ ହେଲେ ନିଶା କିନ୍ତୁ ଗୀତ ଗାଇବା। ସେ ହେଉଛନ୍ତି ମନୋଜ ଦାଶ। ନବରଙ୍ଗପୁର ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ।

ମଙ୍ଗଳବାର ଜୟପୁର ସହର ରାଜନଅର ଛକରେ ବଲିଉଡର ଜଣାଶୁଣା ସଙ୍ଗୀତଜ୍ଞ କିଶୋର କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ‘ଅଗର୍‌ ତୁମ୍‌ ନା ହୋତେ’ ନାମକ ଏକ ମେଲୋଡି କାର୍ଯ୍ୟକ୍ରମରେ ଦୁଇ ସରକାରୀ କର୍ମଚାରୀଙ୍କ କଳାକୁ ଦେଖି ଉପସ୍ଥିତ ଦର୍ଶକ ବେଶ ଖୁସି ପ୍ରକଟ କରିଛନ୍ତି।

Comment