ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବିଜେଡି ଆୟୋଜନ କରିବ ରକ୍ତଦାନ ଶିବିର। ଏଥିପାଇଁ ଦଳର ‘ଜୀବନ ବିନ୍ଦୁ’ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆସନ୍ତା ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୭୩ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ରାଜ୍ୟର ୬୦ଟି ସ୍ଥାନରେ ବିଜେଡି ରକ୍ତଦାନ ଶିବିରର ଆୟୋଜନ କରିବ।

ଏହାସହ ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ହେବାକୁ ରକ୍ତଦାନ ଶିବିରରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ହଜାର ହଜାର ଯୁବକ-ଯୁବତୀ, ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି।

ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିଆସୁଛନ୍ତି। ତେଣୁ ତାଙ୍କ ଜନ୍ମଦିନ ଅବସରରେ ଏଭଳି ନିଆର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦଳ ନିଷ୍ପତ୍ତି ନେଇଛି।

Comment