ଓଡ଼ିଶାଲାଇଭ୍ ବ୍ୟୁରୋ

ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିବା ପରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ଛେନା ଦରରେ ବୃଦ୍ଧି କରିଛନ୍ତି। ଛେନା କିଲୋ ପିଚ୍ଛା ୧୫ ଟଙ୍କା ବୃଦ୍ଧି ପାଇଛି। ଛେନା ଦର ବଢ଼ିବା ଫଳରେ ପନିର ଦର ମଧ୍ୟ ବୃଦ୍ଧି ପାଇଛି। କିଲୋ ପିଚ୍ଛା ୧୮ଟଙ୍କାକୁ ବୃଦ୍ଧି ପାଇଛି ପନିର ଦର।

ପୂର୍ବରୁ ଛେନା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୧୮୦ ଟଙ୍କା ହୋଇଛି। ସେହିଭଳି ପନିର ୨୨୦ ଟଙ୍କା ଦର ଥିବା ବେଳେ ଏବେ ୨୪୦ ଟଙ୍କାକୁ ବଢ଼ିଛି।

କ୍ଷୀର ଦର ବୃଦ୍ଧି ପାଇଥିବାରୁ ଛାଷୀମାନେ ଛେନା ଦର ମଧ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି। ଅସଲି ଛେନାର ହିଁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

Comment