ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାରଠୁ ବଢ଼ିବ ଓମ୍‌ଫେଡ୍‌ କ୍ଷୀର ଦର। ୪୦ ଟଙ୍କା ବଦଳରେ ଗ୍ରାହକ ଦେବେ ୪୪ ଟଙ୍କା।

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର। ଶୁକ୍ରବାରଠୁ ଓମ୍‌ଫେଡ୍‌ କ୍ଷୀରର ବର୍ଦ୍ଧିତ ଦର ଲାଗୁ ହେବ। କ୍ଷୀର ପିଚ୍ଛା ୪ ଟଙ୍କା ବଢ଼ିବ।

ପୂର୍ବରୁ ଓମ୍‌ଫେଡ୍‌ର ପ୍ରମିୟମ୍‌ ଓ ଗୋଲ୍ଡ ପ୍ରିମିୟମ୍‌ କ୍ଷୀର ଲିଟର ପିଚ୍ଛା ୪୦ ଟଙ୍କାରେ ମିଳୁଥିଲା। କିନ୍ତୁ ଆସନ୍ତାକାଲିଠୁ ଖାଉଟିଙ୍କୁ ୪୪ ଟଙ୍କା ଗଣିବାକୁ ପଡ଼ିବ।

ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଦୁଗ୍ଧଚାଷୀମାନେ ଓମଫେଡ କ୍ଷୀର ଦର ବଢ଼ାଇବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବାକୁ ବିଚାର କରିଥିଲେ।

Comment