ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର। ଏନେଇ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏବେ ଲିଟର ପିଚ୍ଛା ୪ ଟଙ୍କା ବଢ଼ିଲା।

ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ପୂର୍ବରୁ ୪୦ ଟଙ୍କା ଥିବା ବେଳେ ଏବେ ତାହା  ୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଟୋନ୍ଡ କ୍ଷୀର ଲିଟର ପିଛା ୩୮ ଟଙ୍କା ହୋଇଛି।

କ୍ଷୀର ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ହୋଇଥିବାରୁ ଦର ବଢ଼ିବା ନେଇ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୂର୍ବରୁ ଓମ୍‌ଫେଡ୍‌ର ପ୍ରମିୟମ୍‌ ଓ ଗୋଲ୍ଡ ପ୍ରିମିୟମ୍‌ କ୍ଷୀର ଲିଟର ପିଚ୍ଛା ୪୦ ଟଙ୍କାରେ ମିଳୁଥିଲା। ଆଜିଠୁ ଖାଉଟିଙ୍କୁ ଲିଟରପିଚ୍ଛା ୪୪ ଟଙ୍କା ଗଣିବାକୁ ପଡ଼ିବ।

ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଦୁଗ୍ଧଚାଷୀମାନେ ଓମଫେଡ କ୍ଷୀର ଦର ବଢ଼ାଇବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here