ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି) : ଲକଡାଉନ୍ ସମୟରେ ଆପଣଙ୍କ ଘର ପାଖକୁ ଯାଇ ସେବା ଯୋଗାଇବା ଓମଫେଡ୍। ବାଲେଶ୍ୱର ଜିଲ୍ଲାର ସମସ୍ତ ଲୋକମାନେ ଏବେ ଘରେ ବସି ଦୁଗ୍ଧଜାତୀୟ ଖାଦ୍ୟପଦାର୍ଥ ପାଇପାରିବେ। ବାଲେଶ୍ୱର ରେମୁଣାଠାରେ ଥିବା ଓମଫେଡ୍ ଡାଏରୀ ପକ୍ଷରୁ ଜିଲ୍ଲାରେ ଏଭଳି କିଛି ସୁବିଧା ଆରମ୍ଭ କରାଯାଇଛି।

ଏଥିରେ ଲୋକମାନେ ଘରେ ବସି ଓମଫେଡ୍ ଅଧିକାରୀଙ୍କ ପାଖକୁ ଫୋନ୍ କରିବେ। ଗ୍ରାହକମାନଙ୍କଠାରୁ କଲ୍ ପାଇଁ ଓମଫେଡ୍ ଅଧିକାରୀମାନେ ସେମାନଙ୍କୁ ସେବା ଯୋଗାଇବେ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଦୁଇଟି ଗାଡ଼ି ସହରର ବିଭିନ୍ନ ବିଭିନ୍ନ ଗଳିକନ୍ଧି ବୁଲି ଏହି ସେବା ଯୋଗାଇବ ବୋଲି ପ୍ଲାଣ୍ଟର ମ୍ୟାନେଜର ସୂଚନା ଦେଇଛନ୍ତି।ସେବା ପାଇବା ପାଇଁ ବାଲେଶ୍ୱର ଜିଲ୍ଲାର ଲୋକମାନେ ୮୮୯୫୦୫୨୬୯୬, ୯୪୩୮୮୬୨୨୨୦, ୯୮୬୧୧୦୭୫୮୭ କିମ୍ବା ୭୬୮୪୮୧୮୬୮୬ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଫଳରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇବା ପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ବାହାରକୁ ଗଲେ କାଳେ ସେମାନେ ସଂକ୍ରମିତ ହେବେ ସେ ଭୟରେ ବି ଅଧିକାଂଶ ଲୋକ ଘରୁ ବାହାରୁ ନାହାନ୍ତି। ଏଭଳି ସମୟରେ ଓମଫେଡର ଏହି ‘ଡୋର୍ ଷ୍ଟେପ୍ ସେବା’ ସମସ୍ତଙ୍କୁ ପସନ୍ଦ ଆସିଛି।

Comment