ଓଡ଼ିଶାଲାଇଭ୍ ବ୍ୟୁରୋ

ସଟଡାଉନ ସମୟରେ ଆପଣଙ୍କୁ ଘରେ ବସି ମିଳିପାରିବ କ୍ଷୀର। ହୋମ ଡେଲିଭରି ଜରିଆରେ ଆପଣଙ୍କ ପାଖରେ କ୍ଷୀର ପହଞ୍ଚାଇବ ଓମଫେଡ୍। ଏନେଇ ଆଜି ଓମଫେଡ୍ ତରଫରୁ ସୂଚନା ମିଳିଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୧୧ ଟି ଜିଲ୍ଲାରେ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି। ଏହି ଦିନମାନଙ୍କରେ କେବଳ ନିତ୍ୟାବଶ୍ୟକ କାମକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଛି। ହେଲେ ଏହି ସମୟରେ ଓମଫେଡରେ କ୍ଷୀର ହୋମ ଡେଲିଭରି ଜରିଆରେ କ୍ଷୀର ଯୋଗାଇବ ବୋଲି କୁହାଯାଇଛି।

ଏଥିସହିତ ଭୁବନେଶ୍ୱରରେ ୨୬ଟି ରିଟେଲରଙ୍କ ଠିକଣା ସହ ମୋବାଇଲ୍ ନମ୍ବର ମଧ୍ୟ ଜାରି କରାଯାଇଛି। କେବଳ ଏହି ରିଟେଲରମାନେ ଲୋକମାନଙ୍କୁ ଓମଫେଡ୍ କ୍ଷୀର ବିକ୍ରି କରିପାରିବେ ବୋଲି କୁହାଯାଇଛି। ସେହିଭଳି କଟକ ଜିଲ୍ଲା ପାଇଁ ମଧ୍ୟ ଓମଫେଡ୍ ବିଭିନ୍ନ ଅଧିକାରୀଙ୍କ ନମ୍ବର ଜାରି କରିଛି। ଏହି ନମ୍ବରକୁ ଫୋନକରି ଲୋକମାନେ କ୍ଷୀରର ହୋମ୍ ଡେଲିଭରି ପାଇପାରିବେ।

Comment