ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ୭୩ ବର୍ଷରେ ପାଦ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ନବୀନ କିନ୍ତୁ ଜନ୍ମଦିନ ପାଳିବେ ନାହିଁ ବୋଲି କହିଛନ୍ତି। ବାତ୍ୟା ଫନି ପାଇଁ ସେ ଜନ୍ମଦିନ ପାଳିବେ ନାହିଁ ବୋଲି କହିଛନ୍ତି ନବୀନ।

ଏହାସହ ନବୀନ ନିବାସ ଆସି ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଲୋକଙ୍କୁ ସେ ରାଜ୍ୟର ବିଭିନ୍ନ ଅନାଥ ଆଶ୍ରମ ଯାଇ ସମାଜସେବା କରିବାକୁ ପରାମର୍ଶ ଦେଇଛନ୍ତି ନବୀନ। ରାଜ୍ୟରେ ଥିବା ବିଭିନ୍ନ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ଲୋକଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଜନ୍ମଦିନ ଅବସରରେ ସାରା ରାଜ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ନବୀନ ଖୁସି ବ୍ୟକ୍ତ କରିଛନ୍ତି।

ଗତ ମେ’ ୩ ତାରିଖରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ଫନି। ପୁରୀ, ଭୁବନେଶ୍ୱର ସମେତ ୧୩ ଜିଲ୍ଲା ପ୍ରଭାବିତ ହୋଇଥିଲା। ଅନେକ ଲୋକ ବାସହରା ହୋଇଥିଲେ। ଏବେ ବି ଲୋକେ ଫନିର ସେହି କରାଳ ରୂପକୁ ଭୁଲି ପାରି ନାହାନ୍ତି। ଏଣୁ ନବୀନ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି।

Comment