ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ପଡ଼ିଆରେ କୋଟି କୋଟି ଦର୍ଶକଙ୍କ ମନ ଜିତିଛନ୍ତି ଭାରତୀୟ କ୍ରିକେଟ ଖେଳାଳୀ ଇରଫାନ୍‌ ପଠାନ ଓ ହରଭଜନ ସିଂହ। ଏବେ ଏହି ଦୁଇ ଖେଳାଳି ପରେ ଏବେ ଫିଲ୍ମ ପରଦାରେ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି।

ଲୋକପ୍ରିୟ ତାମିଲ୍‌ ଅଭିନେତା ବିକ୍ରମ୍‌ଙ୍କ ସହିତ ଗୋଟିଏ ତାମିଲ ସିନେମାରେ ସ୍କ୍ରିନ୍ ସେୟାର୍ କରିବେ କ୍ରିକେଟ୍‌ ଟିମ୍‌ର ଏହି ଫାଷ୍ଟ ବୋଲର୍‌। ଏହି ଫିଲ୍ମ ଜରିଆରେ ଇର୍‌ଫାନ୍ ଅଭିନୟ ଜଗତରେ ଡେବ୍ୟୁ କରିବେ।

ଫିଲ୍ମରେ ଇର୍‌ଫାନ୍‌ଙ୍କ ଚରିତ୍ର ବର୍ତ୍ତମାନ ଯାଏଁ ସ୍ଥିର ହୋଇପାରିନି। ସୋସିଆଲ୍ ମିଡ଼ିଆରେ ଇର୍‌ଫାନ୍‌ ଏକ ଭିଡିଓ ଜାରି କରି ଫିଲ୍ମ କଥା ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ଥିବା ସହିତ ଏହା ତାଙ୍କ ପାଇଁ ଗୋଟିଏ ଚ୍ୟାଲେଞ୍ଜ ଭଳି ବୋଲି ବି ଲେଖିଛନ୍ତି।

ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ଗନନମୁଥୁ। ଫିଲ୍ମର ନିର୍ମାତା ହେଲେ ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓ। ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ପ୍ରଖ୍ୟାତ ଏ.ଆର୍.ରେହେମାନ୍। ଖୁବଶ୍ରୀଘ୍ର ଭାରତର ବିଭିନ୍ନ ଜାଗାରେ ଫିଲ୍ମର ସୁଟିଂ ଆରମ୍ଭ ହେବ।

ଅପରପକ୍ଷେ କ୍ରିକେଟ୍ ଜଗତର ସ୍ପିନ୍ ବଲର୍‌ ହର୍‌ଭଜନ୍ ସିଂ ତାମିଲ୍ ସିନେମା ‘ଡିକିଲୁନା’ରୁ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ତାମିଲ କଳାକାର ସନ୍ଥନମ୍‌ ହର୍‌ଭଜନ୍‌ଙ୍କ ସହ-କଳାକାର ରହିବେ। କାର୍ତ୍ତିକ ୟୋଗୀ ଫିଲ୍ମର ନିର୍ଦ୍ଦେଶନା ଦେବେ। ସୋଲ୍‌ଜର୍‌ ଫାକ୍‌ଟ୍ରି ଏବଂ କେଜେଆର୍‌ ଷ୍ଟୁଡିଓର ମିଳିତ ପ୍ରଯୋଜନାରେ ସିନେମାଟି ନିର୍ମିତ ହେବ

Comment