ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ବଲିଉଡ୍‌ ଅଭିନେତ୍ରୀ ଓ କ୍ରିକେଟରମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସାଧାରଣ କଥା। ଅନେକ ଭାରତୀୟ କ୍ରିକେଟର ଅଛନ୍ତି ଯେଉଁମାନେ ବଲିଉଡ୍‌ ଅଭିନେତ୍ରୀମାନଙ୍କୁ ବିବାହ କରିଛନ୍ତି। ତେବେ ବଲିଉଡ୍‌ ଓ କ୍ରିକେଟ ସମ୍ପର୍କ ଭାରତରେ ଭାରତରେ ବେଶ ପୁରୁଣା। ତେବେ ଆସନ୍ତୁ ସେଭଳି କ୍ରିକେଟ ଓ ବଲିଉଡ୍‌ ଯୋଡ଼ିଙ୍କ ବିଷୟରେ ଜାଣିବା।

ବିରାଟ କୋହଲି ଓ ଅନୁଷ୍କା ଶର୍ମା

କ୍ରିକେଟ ବଲିଉଡ୍‌ରେ ଅନୁଷ୍କା ଓ ବିରାଟ କୋହଲିଙ୍କ ଯୋଡ଼ି ବିଷୟରେ କିଏ ବା ନଜାଣେ। ଏକ ବିଜ୍ଞାପନ ବେଳେ ଉଭୟ ଦେଖା ହୋଇଥିଲେ। ପରେ ପର୍ସପର ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୭ ଡିସେମ୍ଵର ୧୧ ତାରିଖରେ ଉଭୟ ବିବାହ କରିଥିଲେ। ଅନୁଷ୍କା ବଲିଉଡ୍‌ରେ ଜଣେ ଆଗଧାଡ଼ିର ନାୟିକା ଥିବା ବେଳେ ବିରାଟ ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ ଅଛନ୍ତି।

ଯୁବରାଜ ଓ ହାଜେଲ କିଚ୍‌

ଅତୀତରେ ଯୁବରାଜ ସିଂହ ନାଁ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଦୀପିକା ପାଦୁକୋନ ଓ କିମ ଶର୍ମାଙ୍କ ସହ ବେଶ ଚର୍ଚ୍ଚାରେ ଥିଲା। ହେଲେ ବଲିଉଡ୍‌ ଅଭିନେତ୍ରୀ ହାଜେଲ କିଚଙ୍କ ପ୍ରେମରେ ପଡ଼ିଯାଇଥିଲେ। କୁହାଯାଏ ଯେ ଯୁବରାଜଙ୍କୁ ପ୍ରାୟ ୩ ବର୍ଷ ଲାଗିଥିଲା ହାଜେଲଙ୍କୁ ପ୍ରେମ ନିବେଦନ କରିବାକୁ। ପରେ ସେମାନେ ୨୦୧୬ରେ ପଞ୍ଜାବରେ ବିବାହ କରିଥିଲେ। ହାଜେଲ ବଲିଉଡ୍‌ ଫିଲ୍ମ ବିଲା ଓ ବଡିଗାର୍ଡରେ ଅଭିନୟ କରିଛନ୍ତି।

ହରଭଜନ ସିଂ ଓ ଗୀତା ବର୍ଷା

ଦ ଟ୍ରେନ ଚଳଚ୍ଚିତ୍ରର ଓ୍ଵ ଅଜନବୀ ଗୀତ ଦେଖିବା ପରେ ଗୀତା ବର୍ଷାଙ୍କ ପ୍ରେମରେ ପଡ଼ିଥିଲେ କ୍ରିକେଟର ହରଭଜନ ସିଂ। ୯ ମାସ ପରେ ହରଭଜନ ଗୀତାଙ୍କୁ ପ୍ରେମ ନିବେଦନ କରିଥିଲେ। ଉଭୟ ୨୦୧୫ ଅକ୍ଟୋବର ୨୯ରେ ବିବାହ କରିଥିଲେ। ଗୀତା ଅନେକ ହିନ୍ଦୀ ଓ ପଞ୍ଜାବୀ ଫିଲ୍ମ କରିଛନ୍ତି।

ଜାହିର ଖାନ୍‌ ଓ ସାଗରିକ ଘଟକେ

ଚକ୍‌ ଦେ ଇଣ୍ଡିଆ ଫିଲ୍ମ ଜରିଆରେ ବଲିଉଡ୍‌କୁ ଆସିଥିବା ସାଗରିକ ଘଟକେଙ୍କୁ ସମସ୍ତେ ଜାଣିଥିବେ। ଯୁବରାଜ ଓ ହାଜେଲଙ୍କ ବିବାହରେ ଜାହିରଙ୍କ ସହ ସେ ନଜର ଆସିଥିଲେ। ଏହାପରେ ମିଡିଆରେ ତାଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ପରେ ୨୪ ଏପ୍ରିଲ ୨୦୧୭ରେ ସେମାନେ ବିବାହ କରିଥିଲେ।

ମହମ୍ମଦ ଆଝାରୁଦ୍ଦିନ ଓ ସଙ୍ଗୀତା ବିଜଲାନୀ

ପୂର୍ବତନ ଭାରତୀୟ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ ମଧ୍ୟ ଏହି ଲିଷ୍ଟରୁ ବାଦ ପଡ଼ିନାହାନ୍ତି। ସେ ପୂର୍ବରୁ ବିବାହିତ ଥିଲେ ଓ ପରେ ସଙ୍ଗୀତାଙ୍କୁ ବିବାହ କରିଥିଲେ। ୧୯୯୬ରେ ଆଝାରୁଦ୍ଦିନ ଓ ସଙ୍ଗୀତା ବିବାହ କରିଥିଲେ। ବିବାହ ପରେ ସଙ୍ଗୀତା ନିଜ ନାଁ ପରିବର୍ତ୍ତନ କରି ଆୟେଶା ଅଜହର ରଖିଥିଲେ। ବିବାହର ୧୪ ବର୍ଷ ପରେ ଉଭୟ ୨୦୧୦ରେ ଅଲଗା ହୋଇଯାଇଥିଲେ।

Comment