ଓଡ଼ିଶାଲାଇଭ ବ୍ୟୁରୋ

ଦମଦାର ବୋଲିଂ ଆକ୍ସନ, ସ୍ପିଡ୍‌ ଓ ବ୍ୟାଟିଂ ପାଇଁ ବେଶ୍‌ ଲୋକପ୍ରିୟ ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ। ଭାରତର ଏହି ପୂର୍ବତନ ଅଲରାଉଣ୍ଡରଙ୍କ ଆଜି ତାଙ୍କ ୩୫ତମ ଜନ୍ମଦିନ ପାଳୁଛନ୍ତି। ୨୭ ଅକ୍ଟୋବର ୧୯୮୪ ମସିହା ଆଜିର ଦିନରେ ଗୁଜୁରୁରାଟରେ ଜନ୍ମଗ୍ରହଣ କରିଥିଲେ ଇର୍ଫାନ ପଠାନ।

ଇର୍ଫାନଙ୍କ ପିଲାଦିନ ମସଜିଦରେ କଟିଛି। କାରଣ ତାଙ୍କ ବାପା ମସଜିଦରେ କାମ କରନ୍ତି। ପରେ ଦେଶ ପାଇଁ କିଛି କରିବାର ଜିଦ୍‌ ତାଙ୍କୁ ଆଜି ଜଣେ ଷ୍ଟାର କ୍ରିକେଟରର ପରିଚୟ ଦେଇଛି। ଏହାପରେ କପିଲ ଦେବଙ୍କ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ସେ ଉଭା ହୋଇଥିଲା।

ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ ପରେ ୨୦୦୩ ଡିସେମ୍ଵର ମାସରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ପରେ ସେ ଭାରତ ପାଇଁ ସେ ୧୦୦ଟି ଟେଷ୍ଟ ଖେଳି ୧ହଜାର ୧୦୫ ରନ୍‌ କରିଥିବା ବେଳେ  ୧୦୦ଟିୁ ଓ୍ଵିକେଟ ନେଇଛନ୍ତି। ସେହିପରି ୧୨୦ଟି ଦିନିକିଆ ମ୍ୟାଚ ଖେଳି ୧ହଜାର ୫୪୪ ରନ କରି ୧୭୩ ଓ୍ଵିକେଟ ନେଇଛନ୍ତି।

Comment