ଓଡ଼ିଶାଲାଇଭ ବ୍ୟୁରୋ

ଛାତ୍ରୀଙ୍କୁ ଅସଦାଚରଣ କରି ହଟହଟା ହେଲେ ଶିକ୍ଷକ। ଏପରି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ବଡ଼ବ୍ରାହ୍ମଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ସ୍କୁଲର ସହକାରୀ ଶିକ୍ଷକ ପ୍ରଶାନ୍ତ ଭୁଜବଳ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଆଜି ସ୍କୁଲ ଯାଇଥିଲେ। ସ୍କୁଲରେ କେହି ଆସିନଥିବା ବେଳେ ସହକାରୀ ଶିକ୍ଷକ ଜଣକ ଏକାକୀର ସୁଯୋଗ ନେଇ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ପରେ ଛାତ୍ରୀ ଜଣକ ଯାଇ ପରିବାର ଲୋକଙ୍କ ପାଖରେ କହିଥିଲେ। ପରିବାର ଲୋକ ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚି ଉତ୍ତେଜନା ସୃଷ୍ଟି କରିଥିଲେ।

ଗ୍ରାମବାସୀମାନେ ଶିକ୍ଷକଙ୍କ କାର୍‌କୁ ଭାଙ୍ଗିବା ସହ ତାଙ୍କୁ ଏକ ଘରେ ବନ୍ଦ କରି ତାଲା ପକାଇ ଦେଇଥିଲେ। ଏହାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Comment