ଓଡ଼ିଶାଲାଇଭ ବ୍ୟୁରୋ

ଅସରାଏ ବର୍ଷାର ଉବୁଟବୁ କଟକ ସହର। ଏହି ବର୍ଷାରରେ ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନା ଏସିବିବି ମେଡିକାଲ ମଧ୍ୟ ବର୍ତ୍ତି ନାହିଁ। ଡାକ୍ତରଖାନାର ଏକ୍ସ-ରେ ଓ ସର୍ଜରୀ ଓ୍ଵାର୍ଡରେ ବର୍ଷା ପାଣି ଲହଡ଼ି ମାରିବାର ଦେଖାଯାଇଛି।

ଓ୍ଵାର୍ଡ ଭିତରେ ପାଣି ପଶିବା ଯୋଗୁଁ ଏକ୍ସ-ରେ ସେବା ବାଧାପ୍ରାପ୍ତ ହେବା ସହ ରୋଗୀ ଓ ଆଟେଣ୍ଡାଣ୍ଟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ଘଟଣା ପରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି।

Comment