ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ପୋଲିସ ଖାକିରେ ଲାଗିଛି ଦାଗ। ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ କନଷ୍ଟେବଲ୍‌ ଗିରଫ ହୋଇଛନ୍ତି। କନଷ୍ଟେବଲ୍‌ ଜଣକ ହେଉଛନ୍ତି ପୁରୀ ନିମାପଡା ଥାନାର ଗଙ୍ଗାଧର ରାଉତ। ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ସତ୍ୟବାଦୀ ପୋଲିସ।

ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳାଙ୍କୁ ଏକ ମାମଲାରେ ସହଯୋଗ କରିବାକୁ କହି ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ମହିଳାଙ୍କୁ କନେଷ୍ଟବଲ୍‌ଜଣକ ବ୍ଲାକମେଲିଂ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି।

ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ ପୁରୀ ଏସପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏସପିଙ୍କ ନିର୍ଦ୍ଦେଶରେ ଗଙ୍ଗାଧରକୁ ଗିରଫ କରାଯାଇଛି। ଗିରଫ ପରେ ସତ୍ୟବାଦୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment