ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ଘଟଣାଗ୍ରସ୍ତ ହୋଇଛି ରାଜ୍ୟପାଳଙ୍କ ଦୁଇଟି ଏସ୍କର୍ଟ ଗାଡ଼ି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ ଉଦଳାରୁ ବାରିପଦା ଯିବା ବାଟରେ ଏହି ଦୁର୍ଘଟଣା ହୋଇଛି। ଆହତମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ବାରିପଦା ଯିବା ବାଟରେ ପୁରୁଣାପାଣି ନିକଟରେ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣା ହୋଇଛି। ପ୍ରଥମେ ରାଜ୍ୟପାଳଙ୍କ ଗାଡ଼ି ଯିବା ପରେ ପଛରେ ଆସୁଥିବା ଏସ୍କର୍ଟ ଗାଡ଼ି ଆଗରେ ଜଣେ ସାଇକେଲ ଆରୋହୀ ପଶି ଆସିଥିଲେ। ସାଇକେଲ ଆରୋହୀଙ୍କ ବଞ୍ଚାଇବାକୁ ଯାଇ ଦୁଇଟି ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ଯୋଗୁଁ ଦୁଇଟି ଏସ୍କର୍ଟ ଗାଡ଼ି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଆହତ ହୋଇଥିବା ୭ଜଣଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comment