ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦର, ଘନ, ଚମକଦାର କେଶ ପାଇଁ ଘରେ ଥିବା ବେସନକୁ ବ୍ୟବହାର କରନ୍ତୁ। ବେସନରେ ତିଆରି ହେୟାର୍ ପ୍ୟାକ୍‌ କେଶକୁ ଘନ ଓ କୋମଳ ରଖିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ବେସନ ହେୟାର ମାସ୍କ୍‌।

ବେସନ- ମେଓନିଜ୍ ହେୟାର୍ ମାସ୍କ୍ : ପାଉଁରୁଟି, ଫ୍ରେଞ୍ଚ୍ ଫ୍ରାଇଜ୍ ସହିତ ଖାଉଥିବା ମେଓନିଜକୁ ଆପଣ କେଶରେ ବି ବ୍ୟବହାର କରିପାରିବେ। ମେଓନିଜ୍‌କୁ ବେସନରେ ମିଶାଇ ହେୟାର୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ପ୍ୟାକ୍‌କୁ କେଶରେ ୩୦ ମିନିଟ୍‌ ଯାଏଁ କେଶରେ ଲଗାନ୍ତୁ। ଏହା କେଶକୁ ଘନ, ଲମ୍ବା, କୋମଳ ଆଉ ଆକର୍ଷଣୀୟ କରିବ।

୩-୪ ଚାମଚ ବେସନରେ ଆବଶ୍ୟକତା ଅନୁଯାୟୀ ମେଓନିଜ୍ ଏବଂ ୧ ଚାମଚ ମହୁ ମିଶାଇ ଲେପ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ଲଗାଇ ୩୦ ମିନିଟ୍ ପରେ ଧୋଇଦିଅନ୍ତୁ। ସପ୍ତାହକୁ ଥରେ ବା ଦୁଇ ଥର ଏହି ହେୟାର୍ ପ୍ୟାକ୍‌କୁ କେଶରେ ଲଗାନ୍ତୁ।

ବେସନ-ବାଦାମ ପାଉଡର୍ ମାସ୍କ୍ : ବେସନ-ବାଦାମ ପାଉଡର୍ ମାସ୍କ୍ କେଶକୁ କୋମଳ କରିବ। କେଶ ଝଡ଼ିବା କମ୍ କରିବ।

୩-୪ ଚାମଚ ବେସନରେ ୨-୩ ଚାମଚ ବାଦାମ ଗୁଣ୍ଡ, ୨ ଚାମଚ ଲେମ୍ବୁ ରସ ଏବଂ ୧ ଚାମଚ ମହୁ ମିଶାଇ କେଶରେ ଲଗାନ୍ତୁ। ୨୦-୩୦ ମିନିଟ୍ ପରେ କେଶ ଧୋଇ ଦିଅନ୍ତୁ।

ବେସନ-ଅଲିଭ୍ ଅଏଲ୍ ପ୍ୟାକ୍ : ଅଲିଭ୍ ତେଲ ଉଭୟ କେଶ ଓ ଶରୀର ପାଇଁ ସ୍ୱାସ୍ଥ୍ୟକର। ଏହା କେଶକୁ ମଜବୁତ ଓ ଆକର୍ଷଣୀୟ କରେ। କେଶ ଝଡ଼ିବା ମଧ୍ୟ କମ୍ କରେ।

୩ ଚାମଚ ବେସନରେ ୪-୫ ଚାମଚ ଅଲିଭ ଅଏଲ୍ ମିଶାଇ ବହଳିଆ ପେଷ୍ଟ୍ ତିଆରି କରନ୍ତୁ। ଏହାକୁ କେଶରେ ଲଗାଇ କିଛି ସମୟ ରଖିବା ପରେ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ।

Comment