ଓଡ଼ିଶାଲାଇଭ ବ୍ୟୁରୋ

କିଛିଦିନ ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡରେ ପୁରୀ ପୋଲିସ। ଶୁକ୍ରବାର ପିପିଲି ବାଇପାସ୍‌ ଓଭରବ୍ରିଜ ନିକଟରେ ପୋଲିସ ଏନକାଉଣ୍ଟରରେ ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ। ଗୁରୁତର ଅବସ୍ଥାରେ ଭାଗୁ ପ୍ରଧାନକୁ କଟକ ଏସ.ସି.ବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଶୁକ୍ରବାର ଭାଗୁର ଖବର ପାଇ ପୋଲିସ ଘଟମାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଭାଗୁ ଦୌଡ଼ିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଏକାଉଣ୍ଟର କରାଯାଇଥିଲା। ଏଥିରେ ତାଳବଣିଆ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ମଧ୍ୟ ଆହତ  ହୋଇଛନ୍ତି।

ଆହତ ଭାଗୁଠାରୁ ପୋଲିସ ଗୋଟିଏ ବାଇକ, ୯ ଏମ୍‌ଏମ୍‌ ପିସ୍ତଲ ଓ ଗୋଟିଏ ଗୁଳି ଜବତ କରିଛି। ତାର ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ଜଣାପଡ଼ିଛି। ସେ ତାଳବଣିଆ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ଲିଷ୍ଟରେ ରହିଥିଲା।

LEAVE A REPLY

Please enter your comment!
Please enter your name here