ଓଡ଼ିଶାଲାଇଭ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ। ଶୁକ୍ରବାର ବାରିପଦା ଏବଂ ଉଦଳା ଅଞ୍ଚଳରେ ଥିବା ଏକଲବ୍ୟ ମଡେଲ ସ୍କୁଲ ପରିଦର୍ଶନ କରିଥିବା ବେଳେ ଶନିବାର କରଞ୍ଜିଆ ବ୍ଲକ ତାଟଠାରେ ଥିବା ଏକ ଏକଲବ୍ୟ ମୋଡେଲ ସ୍କୁଲ ପରିଦର୍ଶନ କରିଛନ୍ତି ରାଜପାଳ।

ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଆଜି ରାଜପାଳ ବାରିପଦା ସର୍କିଟ ହାଉସରୁ ସକାଳ ୮ଟା ବେଳେ ଏକ ସ୍ୱତନ୍ତ୍ର କାର ଯୋଗେ ତାଟ ଏକଲବ୍ୟ ମୋଡେଲ ସ୍କୁଲରେ ଦିନ ୧୧ଟା ସମୟରେ ପହଞ୍ଚିଥିଲେ। ରାଜପାଳ ସ୍କୁଲରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

ପରେ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ କିଛି ପ୍ରଶ୍ନ ମଧ୍ୟ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ରାଜ୍ୟପାଳଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଅର୍ଥରାଶି ପ୍ରଦାନ କରିଥିଲେ।

Comment