ଓଡ଼ିଶାଲାଇଭ ବ୍ୟୁରୋ

ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଛଳନା କଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ। ବର୍ତ୍ତମାନ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଜଣକ ହେଲେ ଛତିଶଗଡ ବାଲପୁଟି ଗ୍ରାମର ଶଦାସିବ ଭାଇନାସ।

୧୭ ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିଲେ ଯୁବକ। ତେବେ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣି ଯୁବକ ଜଣକ ଫେରାର ହୋଇଯାଇଥିଲା। ଏନେଇ ନାବାଳିକାର ପରିବାର ତରଫରୁ ଅଭିଯୋଗ ପାଇ ଜୟପୁର ସଦର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Comment