ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଛେଦ ପ୍ରକ୍ରିୟା। ଭଙ୍ଗା ଯାଉଛି ବଡ଼ଦାଣ୍ଡରେ ଥିବା ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ। ମାର୍କେଟ୍‌ କମ୍ପ୍ଲେକ୍ସକୁ ପୂର୍ବରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଗତ ୧୪ ତାରିଖରେ ମଧ୍ୟ ସମସ୍ତ ଦୋକାନ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଆଜି ସକାଳୁ ଜିଲ୍ଲା ପ୍ରଶାସନ ଓ ପୁରୀ ପୌର ସଂସ୍ଥା ପକ୍ଷରୁ ଏହାକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଏଠାରେ ଥିବା ୧୬୯ ଜଣ ଦୋକାନୀଙ୍କୁ ଥଇଥାନ କରାଯିବାର ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏଠାରେ ଏକ ବହୁତଳ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ସମସ୍ତ ଦୋକାନୀଙ୍କୁ ଥଇଥାନ କରାଯିବ। କିଛି ଦିନ ତଳେ ସହରରେ ଥିବା ଏମାର ମଠ, ନଙ୍ଗୁଳି ମଠ ଓ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା ଅସୁରକ୍ଷିତ କୋଠା ଭଙ୍ଗା ଯାଇଥିଲା।

Comment