ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଛି। ଫଳରେ ପ୍ରଥମ ଇନିଂସ ସୁଦ୍ଧା ଭାରତ ୩୩୫ ରନ୍ରେ ଆଗୁଆ ଅଛି।
ରାଞ୍ଚିରେ ଖେଳାଯାଉଥିବା ଏହି ଶେଷ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇଂନିସରେ ଭାରତ ରୋହିତଙ୍କ ଦ୍ୱିଶତକ ଓ ରାହାଣେଙ୍କ ଶତକ ସହ ୪୯୭ରନରେ ଇଂନିସ ଘୋଷଣା କରିଦେଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଦଳ ଶନିବାର ମଧାହ୍ନ ଭୋଜନ ପରେ ୧୬୨ରନରେ ଅଲଆଉଟ୍ ହୋଇଯାଇଛି।
ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଜୁବାୟାର ହାଜମା ସର୍ବାଧିକ ୬୨ରନ କରିପାରିଥିଲେ। ଭାରତ ପକ୍ଷରୁ ଦ୍ରୁତ ବୋଲର ଉମେଶ ଯାଦବ ୩ଟି ମହତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ବେଳେ ସାମି, ଜାଡେଜା ଓ ଶାହବାଜ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଯାହାଫଳରେ ଭାରତ ପ୍ରଥମ ଇନିଂସରେ ଦକ୍ଷିଣ ଅଫ୍ରିକାକୁ ୧୬୨ରନରେ ରୋକିବାରେ ସଫଳ ହୋଇଛି। ବର୍ତ୍ତମାନ ଭାରତ ୩-୦ରେ ସିରିଜ ଜୟ କରିବା ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି।