ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ପାଇଁ ଚାଲିଛି ଭୋଟିଂ। ପ୍ରତି ବୁଥ୍‌ରେ ଲମ୍ବା ଲାଇନ୍‌ ଲାଗିଛି। ବହୁ ସେଲିବ୍ରିଟି ଏବଂ କ୍ରିକେଟର ମଧ୍ୟ ବୁଥ୍‌କୁ ଆସି ମତଦାନ କରୁଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ପରିବାର ସହ ବାନ୍ଦ୍ରାର ପୋଲିଂ ବୁଥ୍‌ରେ ମତଦାନ କରିଛନ୍ତି। ସ୍ତ୍ରୀ ଅଞ୍ଜଳି ତେନ୍ଦୁଲକର, ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ସହ ସଚିନ୍ ଭୋଟ ଦେଇଛନ୍ତି।

ସଚିନ୍‌ ଭୋଟ ଦେବାକୁ ଆସିଥିବାରୁ ପୋଲିଂ ବୁଥ୍‌ରେ ଉତ୍ସାହ ଦେଖିବାକୁ ମିଳିଥିଲା। ଭୋଟର ସଚିନ୍‌ଙ୍କ ସହ ଫଟୋ ଉଠାଇବାକୁ ଚାହିଁଥିଲେ। ଖାଲି ଭୋଟର ନୁହନ୍ତି, ଡ୍ୟୁଟିରେ ଥିବା ପୋଲିଂ ଅଫିସର ସଚିନ୍‌ଙ୍କ ଅଟୋଗ୍ରାଫ୍‌ ନେବାକୁ ଭୁଲି ନଥିଲେ। କ୍ରିକେଟ ବଲ୍‌ରେ ସଚିନ୍‌ ଅଟୋଗ୍ରାଫ୍‌ ଦେଇଥିଲେ। ଭୋଟ ଦେଇ ସାରିବା ପରେ ସଚିନ୍‌ ସ୍ତ୍ରୀ ଓ ପୁଅଙ୍କ ସହ ଫଟୋ ଉଠାଇଥିଲେ।

‘‘ମୁଁ ଭୋଟ ଦେଇ ମୋର ଅଧିକାର ସାବ୍ୟସ୍ତ କରିଛି। ଏଣୁ ଯୁବ ଭୋଟରମାନେ ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଆଗେଇ ଆସନ୍ତୁ। ଯିଏ ଭୋଟ୍‌ ଦେବାକୁ ଯୋଗ୍ୟ ହୋଇଯାଇଛନ୍ତି ସେମାନେ ଘରେ ନବସି ଭୋଟ ଦେବାକୁ ଆସନ୍ତୁ। ଦେଶ ଗଠନରେ ସହାୟକ ହୁଅନ୍ତୁ’’, କହିଛନ୍ତି ସଚିନ୍‌ ତେନ୍ଦୁଲକର।

Comment