ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତ ଅଧିବେଶନ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ଲୋକସଭା ଓ ରାଜ୍ୟସଭାର ସଚିବାଳୟକୁ ସୂଚନା ଦେଇଛି।

ଲୋକସଭାରେ ଏହି ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁରୁ ଆରମ୍ଭ ହୋଇ ଡିସେମ୍ବର ୧୩ପର୍ଯ୍ୟନ୍ତ ଚାଲିବ। ସଂସଦର ଶୀତ ଅଧିବେଶନ ପାଖାପାଖି ଏକ ମାସ ଧରି ଚାଲିବ।

ସଂସଦର ଆଗାମୀ ଅଧିବେଶନର ତାରିଖ ଓ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଅକ୍ଟୋବର ୧୦ରେ ଏକ ବୈଠକ ବସିଥିଲା। ଏଥିରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ୍ ସିଂହ ଅଧ୍ୟକ୍ଷତା କରିଥିଲେ। ସେହି ବୈଠକରେ ସଂସଦର ଶୀତ ଅଧିବଶେନ ତାରିଖ ନିର୍ଦ୍ଧାରଣ ହୋଇଥିଲା।

Comment