ଓଡ଼ିଶାଲାଇଭ୍‌ ବ୍ୟୁରୋ

୫୫ ବର୍ଷ ବୟସରେ ପାଦ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ୧୯୬୪ରେ ମୁମ୍ବାଇରେ ଆଜିର ଦିନରେ ଜନ୍ମ ହୋଇଥିଲେ ଶାହ। ଆଜି ତାଙ୍କ ଜନ୍ମଦିନରେ ବହୁ ନେତା, ମନ୍ତ୍ରୀ ସମର୍ଥକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାହଙ୍କ ପାଇଁ ସ୍ପେଶାଲ ଟୁଇଟ କରି ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

ଶାହଙ୍କ ଜନ୍ମଦିନରେ ମୋଦୀ ତାଙ୍କୁ ଜଣେ କର୍ମଠ, ଅନୁଭବି, କୁଶଳ ସଙ୍ଗଠନ କର୍ତ୍ତା ବୋଲି କହିଛନ୍ତି।

‘‘ସରକାରରେ ବହୁ ମୂଲ୍ୟ ଭୂମିକା ନିର୍ବାହ କରିବା ସହିତ ଭାରତକୁ ସୁରକ୍ଷିତ ରଖିବାରେ ଶାହଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଭଗବାନ ତାଙ୍କୁ ଦୀର୍ଘ ଆୟୁ କରନ୍ତୁ ଓ ସୁସ୍ଥ ରଖନ୍ତୁ’’, ଟୁଇଟରେ ଲେଖିଛନ୍ତି ମୋଦୀ।

 

Comment