ଓଡ଼ିଶାଲାଇଭ୍ ବ୍ୟୁରୋ

ସୌରଭ ଗାଙ୍ଗୁଲି ବୁଧବାର ବିସିସିଆଇର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ଗାଙ୍ଗୁଲି ବିସିସିଆଇର ସଭାପତି ଭାବେ ଦାୟିତ୍ୱ ନେଇଥିଲାବେଳେ ଜାଣନ୍ତୁ ଅନ୍ୟ କେଉଁମାନେ କେଉଁ ପଦରେ ରହିଲେ?

ଜାଣନ୍ତୁ, ବିସିସିଆଇର କେଉଁ ପଦରେ କିଏ ରହିଲେ?

ବିସିସିଆଇର ସଭାପତି ଭାବେ ସୌରଭ ଗାଙ୍ଗୁଲି ପଦ ସମ୍ଭାଳିବେ। ସେ ଆସନ୍ତା ୯ମାସ ପାଇଁ ଏହି ପଦରେ ରହିବେ।

ବିସିସିଆଇର ନୂଆ ସମ୍ପାଦକ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ଦାୟିତ୍ୱ ଗ୍ରହଣ କରିବେ।

ସେହପରି ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ସଦସ୍ୟ ଭାବେ ବ୍ରିଜେଶ ପଟେଲ ଓ ଖାଇରୁଲ୍ ଜମାଲ ମଜୁମଦାର ଦାୟିତ୍ୱ ନେବେ।

ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ ବର୍ତ୍ତମାନ ବିସିସିଆଇର କୋଷାଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିବେ।

ଏହାସହ ଉତ୍ତରାଖଣ୍ଡର ମହିମ ବର୍ମା ଓ କେରଳର ଜୟେଶ ଜର୍ଜ ଯଥାକ୍ରମେ ଉପ ସଭାପତି ଓ ଯୁଗ୍ମ ସମ୍ପାଦକ ପଦର ଦାୟିତ୍ୱ ନେବେ।

ତା’ସହ ପ୍ରଭତେଜ୍ ସିଂହ ଭାଟିଆ ଆପେକ୍ସ କାଉନସିଲର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ।

Comment