ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଜମ୍ମୁ କଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକ ନୂତନ ଭାବେ ଗଠିତ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ବା ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ହେବେ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ୩୧ ତାରିଖରେ ଜାମ୍ମୁ ଓ କାଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧିବଦ୍ଧ ଭାବେ ବିଭାଜିତ ହେବ।

ନୂଆ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। ଏହି ଅବସରରେ ମୋଦୀ ବୈଷ୍ନୋ ଦେବୀ ଦର୍ଶନରେ ଯିବେ। ଖବର ଅନୁସାରେ, ଲଦାଖ ଓ ଜମ୍ମୁ କଶ୍ମୀର ସୁରୁଖୁରୁରେ ଯେପରି ବିଭାଜିତ ହେବ ସେ ନେଇ କେନ୍ଦ୍ର ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ସତ୍ୟପାଲ ମଲ୍ଲିକ କାଶ୍ମୀର ଉପରାଜ୍ୟପାଳ ହେବା ବେଳେ ଓଡ଼ିଶାର ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଲଦାଖର ଉପରାଜ୍ୟପାଳ ହୋଇପାରନ୍ତି।

Comment