ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିର ୫ ଦିନ ମଧ୍ୟରୁ ପ୍ରଥମ ଦିନ ପାଳନ କରାଯାଏ ‘ଧନତେରସ୍‌’ ବା ‘ଧନ ତ୍ରୟୋଦଶୀ’ ପର୍ବ। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଏହି ଦିନ ସୁନା କିଣିବା ଶୁଭ ବୋଲି ମନେ କରାଯାଏ। ଖାସ୍‌ ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ଅଳଙ୍କାର ସୋ’ରୁମଗୁଡ଼ିକରେ ଏବେ ଗ୍ରାହକଙ୍କ ବେଶ ଭିଡ଼।

ରାଜଧାନୀ ଭୁବନେଶ୍ୱରର ଅଶୋକନଗର ରାଜମହଲ ଛକରେ ରହିଛି ଅନ୍ୟତମ ନିର୍ଭରଯୋଗ୍ୟ ଗହଣା ସୋ’ରୁମ୍‌ କନକ ମହାଲକ୍ଷ୍ମୀ ଜୁଏଲର୍ସ। ୧୬ ବର୍ଷ ହେବ ଏହି ସୋ’ରୁମ ଗ୍ରାହକଙ୍କୁ ଉନ୍ନତ ସେବା ଓ ଗୁଣବତ୍ତା ଯୁକ୍ତ ଗହଣା ଯୋଗାଇ ଦେଉଛି। ଏବେ ଧନତେରସ୍ ଓ ଦୀପାବଳି ପାଇଁ କନକ ମହାଲକ୍ଷ୍ମୀ ଜୁଏଲର୍ସ ତରଫରୁ ସ୍ପେଶାଲ ଅଫର ଘୋଷଣା କରାଯାଇଛି।

ଦୀପାବଳି ଓ ଧନତେରସ୍ ସମୟରେ ଅଧିକରୁ ଅଧିକ ଲୋକ ଗହଣା କିଣୁଥିବାରୁ ଜୁଏଲର୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ଭଲ ଅଫର ସବୁ ଘୋଷଣା କରାଯାଇଛି। ହଲମାର୍କ ସୁନା ଅଳଙ୍କାର ସହିତ ଗଢ଼ା ମଜୁରୀର ଦାମ ଗ୍ରାମ ପିଛା ୨୨୨ ଟଙ୍କା ରଖାଯାଇଛି, ଯାହା ଅନ୍ୟ ସମୟରେ ୪୪୪ ଟଙ୍କା ଥାଏ। ଭାରତର ବଛା ବଛା ୨୩ଟି ସହରରୁ ଭେରାଇଟି ବାଛି ସେମାନେ ଅଳଙ୍କାର ଆଣୁଛନ୍ତି।

ବିଶେଷକରି ମୁଦି, ଚୁଡ଼ି, ହାର, ଚେନ୍ ଓ କାନଫୁଲର ବହୁ ପ୍ରକାର ଜୁଏଲର୍ସରେ ଉପଲବ୍ଧ। ହୀରାର ବିଭିନ୍ନ ବ୍ରାଣ୍ଡର ଅଳଙ୍କାର ସହିତ ଆଇଜେଆଇ ଓ ବିଏସଆଇ ହଲମାର୍କଯୁକ୍ତ ସୁନା ଅଳଙ୍କାର ଏଠାରେ ଉପଲବ୍ଧ। ମଣିନାଗ ଓ କ୍ରିଷ୍ଣା ହୀରା ଜୁଏଲରି ଉପରେ ବିଶେଷ ରିହାତି ଏବେ ଜୁଏଲର୍ସ ପକ୍ଷରୁ ପ୍ରଦାନ କରାଯାଉଛି।

ରୁପାର ମଧ୍ୟ ଏକ ଆଉଟ ଲେଟ ଜୁଏଲର୍ସ ପରିସରରେ ରହିଛି, ଯେଉଁଠି ରୁପାର ଛୁଞ୍ଚିଠାରୁ ଆରମ୍ଭ କରି ବଡ଼ ବଡ଼ ସାମଗ୍ରୀ ରହିଛି। ଏଥିସହିତ ୧୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସିଲଭର କର୍ପୋରେଟ ଉପହାର ରହିଛି। ତେଣୁ ଭେରାଇଟି ଦେଖିବାକୁ ଓ ଅଳଙ୍କାରର ରେଞ୍ଜ ଦେଖିବାକୁ ଗ୍ରାହକମାନେ କଟକ ମହାଲକ୍ଷ୍ମୀ ଜୁଏଲର୍ସ ଆସନ୍ତୁ ବୋଲି ଏହାର ମ୍ୟାନେଜିଂ ପାଟନର୍ ବିଶ୍ୱନାଥ କ୍ରୀଷ୍ଣା କହିଛନ୍ତି।

ସେହିପରି କଟକ ମହାଲକ୍ଷ୍ମୀ ଜୁଏଲର୍ସର ଏମଡି ଚିନ୍ନାରା ଭେଙ୍କଟରାଓ କହିଛନ୍ତି ଯେ, ୨୦୦୩ ମସିହାରେ ରବି ଟକିଜ୍‌ ପାଖରେ ସେ ଏକ ଛୋଟ ଜୁଏଲ ହାଉସରୁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ତେବେ ତାଙ୍କର ଡିଜାଇନ୍, ଗ୍ରାହକ ସେବା, ଭେରାଇଟି ଓ ୯୧୬ ହଲମାର୍କ ବ୍ରାଣ୍ଡ ଏବେ ତାଙ୍କ ବ୍ୟବସାୟକୁ ଆଗକୁ ନେଇ ପାରିଛି। ସେମାନେ ଦକ୍ଷିଣ ଭାରତ, ଉତ୍ତର ଭାରତ ଓ ପୂର୍ବ ଭାରତର ବିଭିନ୍ନ ସ୍ଥାନରୁ ଅଳଙ୍କାର ଆଣୁଥିବାରୁ ତାହାକୁ ଗ୍ରାହକ ବେଶି ପସନ୍ଦ କରୁଛନ୍ତି।

ଜୁଏଲର୍ସ ସୋ’ରୁମ୍‌ର ଏମ୍‌ଡିଙ୍କ ସ୍ତ୍ରୀ ଜୟଲକ୍ଷ୍ମୀ କହିଛନ୍ତି, ‘‘ମୋ ପାଇଁ ଗ୍ରାହକ ସେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ତାଙ୍କର ଜୁଏଲର୍ସକୁ ଅଧିକରୁ ଅଧିକ ଗ୍ରାହକ ଆସୁଛନ୍ତି। ସେବା ଓ ଭଲ ଭେରାଇଟି ଅଳଙ୍କାର ଗ୍ରାହକଙ୍କୁ ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ।’’

ଗ୍ରାହକ ଭାବେ କନକ ମହାଲକ୍ଷ୍ମୀ ଜୁଏଲର୍ସକୁ ଅଳଙ୍କାର କିଣିବାକୁ ଆସିଥିବା ଭୁବନେଶ୍ଵରର ପ୍ରିୟଦର୍ଶନୀ କହିଛନ୍ତି ଯେ, ସେ ଚାରି ପାଞ୍ଚ ବର୍ଷ ହେବ ଏଠାରୁ ଗହଣା କିଣୁଛନ୍ତି। ଏଥର ମଧ୍ୟ ଧନତେରସ୍ ଓ ଦୀପାବଳି ପାଇଁ କିଛି ଅଳଙ୍କାର କିଣିବାକୁ ଆସିଛନ୍ତି। ତେବେ ଏଠାକାର ଭେରାଇଟି, ଡିଜାଇନ୍ ବେଶ୍‌ ପସନ୍ଦ ହେଉଥିବାରୁ ଏବଂ ସୋ’ରୁମର ପ୍ରତିଟି କର୍ମଚାରୀ ଓ ଅଧିକାରୀଙ୍କ ଆତିଥ୍ୟ ଭଲ ଥିବାରୁ ସେ ଏଠାକୁ ଆସି ଅଳଙ୍କାର କିଣିବାକୁ ଅଧିକ ପସନ୍ଦ କରନ୍ତି ବୋଲି ପ୍ରିୟଦର୍ଶନୀ କହିଛନ୍ତି।

ସେହିପରି ୧୫ ବର୍ଷ ହେବ କନକ ମହାଲକ୍ଷ୍ମୀ ଜୁଏଲର୍ସରୁ ଅଳଙ୍କାର କିଣୁଥିବା ଗୃହିଣୀ ବନ୍ଦିତା ପାଣି କହିଛନ୍ତି, ‘‘ ଏଠାକୁ ଆସି ଗହଣା କିଣିଲେ ଆପଣଙ୍କର ପଇସା ଅସୁଲ ହେବା ସୁନିଶ୍ଚିତ। ମୁଁ ଏଠାରୁ ଅଳଙ୍କାର କଣିବା ସହିତ ମୋର ସଂପର୍କୀୟ ଓ ଜଣାଶୁଣା ଲୋକଙ୍କୁ ମଧ୍ୟ ଏଠାକୁ ଯାଇ ଅଳଙ୍କାର ଦେଖିବାକୁ ଓ ପସନ୍ଦ ଆସିଲେ କିଣିବାକୁ କହିଥାଏ। ତେଣୁ ନୂଆ ଗ୍ରାହକ ମଧ୍ୟ ଅନ୍ୟ ସୋ’ରୁମ ଯିବା ସହିତ ରାଜମହଲରେ ଥିବା କନକ ମହାଲକ୍ଷ୍ମୀ ଜୁଏଲର୍ସକୁ ଆସି ଅଳଙ୍କାର ଦେଖନ୍ତୁ।’’

ଖୁବଶୀଘ୍ର ରାଜଧାନୀରେ କନକ ମହାଲକ୍ଷ୍ମୀର ଆଉ ଏକ ନୂଆ ସୋ’ରୁମ ଖୋଲିବାକୁ ଯୋଜନା ରଖିଛନ୍ତି ଜୁଏଲର୍ସ କର୍ତ୍ତୃପକ୍ଷ।

Comment