ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭୋଟଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ବିଜେପି ଓ ଶିବସେନା ମେଣ୍ଟ ଆଗରେ ରହିଛନ୍ତି।

ତେବେ ଭୋଟ ଗଣତିରେ ବିଜେପିର ୬ ଜଣ ମନ୍ତ୍ରୀ ପଛରେ ପଡ଼ିଛନ୍ତି। ଦେବେନ୍ଦ୍ର ଫଡନାବିସ୍‌ଙ୍କ ସରକାରରେ ମନ୍ତ୍ରୀ ରହିଥିବା ଅତୁଲ ସବେ, ବିଜୟ ଶିବତାରେ, ବାଲା ଭେଗଡେ, ମଦନ ୟରାବର, ରାମ ସିନ୍ଧେ ଓ ପଙ୍କଜ ମୁଣ୍ଡ  ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପଛରେ ରହିଛନ୍ତି।

ମହାରାଷ୍ଟର ୨୮୮ ବିଧାନସଭା ଆସନ ପାଇଁ ଗୁରୁବାର ଭୋଟ ଗଣତି ହେଉଛି। ଏଥିରେ ବିଜେପି- ଶିବସେନା ମେଣ୍ଟ ବହୁ ଆଗରେ ରହିଛି।

Comment