ଓଡ଼ିଶାଲାଇଭ ବ୍ୟୁରୋ

 ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ଜୟପୁରରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବାରିଣୁପୁଟସ୍ଥିତ ଆଇବିରେ ବିଭାଗୀୟ ଅଧିକାରୀଙ୍କ ସହ ଏହି ସମୀକ୍ଷା ବୈଠକ କରିଥିଲେ। ଏଥିରେ ଜଳ ସେଚନକୁ ଗୁରୁତ୍ୱ ଦେବା ପାଇଁ ସରକାର ନେଇଥିବା ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହାସହ କାମ କରିବା ବେଳେ ଯେପରି 5Tକୁ ଗୁରୁତ୍ୱ ଦିଆଯିବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ତେଲଙ୍ଗିରି ଜଳସେଚନ ପ୍ରକଳ୍ପ ଓ କୋଲାବ ପ୍ରକଳ୍ପର କେଉଁଠାରେ କ’ଣ ଆବଶ୍ୟକତା ରହିଛି ସେ ନେଇ ଆଲୋଚନା କରିଥିଲେ। ସେହିପରି କୋଲାବ  ଶେଷ ମୁଣ୍ଡ ଯାଏଁ ଜଳ ପହଞ୍ଚି ପାରୁ ନଥିବାରୁ ଘଟଣାର ମଧ୍ୟ ସମୀକ୍ଷା କରିଥିଲେ।

ଏହି ଅବସରରେ ଜୟପୁର ସାମ୍ବାଦିକଙ୍କ ତରଫରୁ ସ୍ୱାସ୍ଥ୍ୟବିମା ଯୋଜନାରେ ରହିଥିବା ତ୍ରୁଟିକୁ ସୁଧାରିବାକୁ ଦାବି କରାଯାଇ ଏକ ସ୍ମାରକ ପତ୍ର ଦିଆଯାଇଥିଲା। ସ୍ଵାସ୍ଥ୍ୟବିମା ଯୋଜନା ଅନୁସାରେ  ବର୍ତ୍ତମାନ ସାମ୍ବାଦିକ ସହ ପତ୍ନୀ ଓ ସନ୍ତାନମାନଙ୍କୁ ଦିଆଯାଉଥିବା ସୁବିଧାରେ ବାପା ଓ ମା’ଙ୍କୁ ସାମିଲ କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।

Comment