ଓଡ଼ିଶାଲାଇଭ ବ୍ୟୁରୋ

ବିଦ୍ୟୁତ ଆଘାତ ନେଲା ଏକା ସାଙ୍ଗରେ ୩ ଜୀବନ। ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ଶାଶୂଙ୍କ ସହ ଦୁଇ ବୋହୂଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ବେତେଇ ଅଞ୍ଚଳରେ। ମୃତକମାନ ହେଲେ ଶାଶୂ ସୀତା ମଲ୍ଲିକ, ବଡ଼ ବୋହୂ ନନ୍ଦିତା ମଲ୍ଲିକ, ପୁଷ୍ପଲତା ମଲ୍ଲିକ।

ବଡ ବୋହୂ ନନ୍ଦିତା ମଲ୍ଲିକ ଘର ଭିତରେ ଲୁଗା ଶୁଖାଉଥିବା ବେଳେ ସର୍ଟସର୍କିଟ ଯୋଗୁଁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ତାଙ୍କୁ ବଞ୍ଚାଇବାକୁ ଶାଶୂ ସିତା ମଲ୍ଲିକ ଓ ସାନ ବୋହୂ ପୁଷ୍ପଲତା ପ୍ରୟାସ କରିବାରୁ ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା।

ଫଳରେ ଘଟଣାସ୍ଥଳରେ ଆକାଳରେ ୩ଟି ଜୀବନ ଚାଲିଯାଇଥିଲା। ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comment