ଓଡ଼ିଶାଲାଇଭ ବ୍ୟୁରୋ

ଜଣେ ଯୁବକଙ୍କୁ ଅପହରଣ କରି ୧ଲକ୍ଷ ଟଙ୍କା ମାଗିବା ପଡ଼ିଲା ମହଙ୍ଗା। ଏହି ଘଟଣାରେ ପୋଲିସ ୬ ଜଣ ଯୁବକଙ୍କୁ ଗିରଫ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ।

ହରିୟାଣାର ପ୍ରମୋଦ କୁମାର ଯାଦବ ଗତ ୨୨ ତାରିଖରେ ଜୟପୁର ଆସିଥିଲେ। ତାଙ୍କ ନାଁରେ ଥିବା ମାମଲା ପାଇଁ ସେ କୋର୍ଟରେ ହାଜର ହେବାକୁ ଆସିଥିଲେ। କୋର୍ଟରେ ହାଜର ହେବା ପରେ ସେ ବସଷ୍ଟାଣ୍ଡ ପାଖରେ ଠିଆ ହୋଇଥିଲେ। ଗତ ଦିନରେ ଏକ ମାମଲାର ପ୍ରମୋଦ ଜେଲ ରହିଥିଲେ।

ଜେଲରେ ଥିବା ସମୟରେ ପ୍ରମୋଦଙ୍କ କିଛି ଯୁବକଙ୍କ ସହ ବନ୍ଧୁତା ହୋଇଥିଲା। ସେମାନେ ପ୍ରୋମଦଙ୍କୁ ସେଠାରୁ ଡାକି ନେଇ ଏକ ପରିତ୍ୟକ୍ତ ଘରେ ରଖିଥିଲେ। ପରେ ତାଙ୍କ ଘରକୁ ଫୋନ କରି ଏକ ଲକ୍ଷ ଟଙ୍କା ମାଗିଥିଲେ।

ପରେ  ପ୍ରମୋଦଙ୍କ ଆଇନଜୀବି ଓକିଲ ଗଟଣା ସମ୍ପର୍କରେ ଜାଣିବାକୁ ପାଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ୨୫୭/୧୯ ମାମଲା ରୁଜୁ କରି ଦୁବୁଲି ପରିତ୍ୟକ୍ତ ଘରୁ ପ୍ରମୋଦକୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Comment