ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ହରିୟାଣାରେ ସରକାର ଗଢ଼ିବାକୁ ବିଜେପି କଷୁଛି ଗଣିତ।

ହରିୟାଣାରେ ପୁଣି ବିଜେପି ସରକାର। ମନୋହରଲାଲ୍‌ ଖଟ୍ଟର ହେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ। ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ବିଜେପି ସ୍ୱାଧୀନ ବିଧାୟକଙ୍କ ଉପରେ ଭରସା କରିଛି। ସ୍ଵାଧୀନ ବିଧାୟକଙ୍କୁ ଭରସା କରି ବିଜେପି ସରକାର ଗଢ଼ିବାକୁ ଅଣ୍ଟା ଭିଡ଼ିଛି।

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଗତ ଗୁରୁବାର ପ୍ରକାଶ ପାଇଥିଲା। ହରିୟାଣା ଭୋଟର ଏଥର କେଉଁ ଦଳକୁ ପୂର୍ଣ୍ଣ ବହୁମତ ଦେଇ ନାହାନ୍ତି। ବିଜେପି ‘ଅବ୍‌ କି ବାର୍‌ ୭୫ ପାର୍‌’ ନାରା ଦେଇଥିଲେ ମଧ୍ୟ ତାହା ସଫଳ ହୋଇନି। କୌଣସି ଦଳ ମ୍ୟାଜିକ ନମ୍ବର ୪୬ ଛୁଇଁବାକୁ ସମର୍ଥ ହୋଇ ନାହାନ୍ତି। ଫଳରେ ସରକାର କିଏ ଗଢ଼ିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କଂଗ୍ରେସ ଏବଂ ବିଜେପି ସରକାର ଗଢ଼ିବା ପାଇଁ ସ୍ୱାଧୀନ ବିଧାୟକ ଏବଂ ଦୁଷ୍ୟନ୍ତ ଚଉତାଲାଙ୍କ ସହ ମୂଲଚାଲ ଆରମ୍ଭ କରିଥିଲେ ହେଁ ଚିତ୍ର ଅସ୍ପଷ୍ଟ ରହିଥିଲା।

ଶୁକ୍ରବାର ସକାଳୁ ଚିତ୍ର ସ୍ପଷ୍ଟ ହୋଇଥିଲା। ପ୍ରଥମେ ୬ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବା ପାଇଁ ଆଗେଇ ଆସିଲେ। ପଛରେ ଆଉ ତିନି ବିଧାୟକ ମଧ୍ୟ ବିଜେପି ପଟକୁ ଢଳିଲେ। ଏବେ ୯ ସ୍ୱାଧୀନ ବିଧାୟକଙ୍କୁ ନେଇ ବିଜେପି ସରକାର ଗଢ଼ିବାକୁ ଅଣ୍ଟା ଭିଡ଼ିଛି।

ବିଜେପି ଏଥର ୪୦ଟି ଆସନ ପାଇଛି। କଂଗ୍ରେସ ୩୧ ଏବଂ ଜେଜେପି ୧୦ ଆସନ ପାଇଥିଲା। ବାକି ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ହେଲେ ସରକାର ଗଠନ କରିବାକୁ କେଉଁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନଥିଲା। ଏଣୁ ବିଜେପି ଏବଂ କଂଗ୍ରେସ ସରକାର ଗଢ଼ିବାକୁ ଜୋରଦାର ପ୍ରୟାସ କରିଥିଲେ।

Comment