ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

amit shah

ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର ଖରାପ ପ୍ରଦର୍ଶନ ପଛରେ ଅମିତ ଶାହଙ୍କ ଡବଲ ରୋଲ ଦାୟୀ ବୋଲି ଦଳରେ ଆଲୋଚନା ହେଉଛି। ଏପଟେ ଗୃହ ମନ୍ତ୍ରୀ ଓ ସେପଟେ ଦଳର ଅଧ୍ୟକ୍ଷ ଏହି ଦୁଇଟି ଦାୟିତ୍ୱରେ ଥିବାରୁ ନିର୍ବାଚନ ପାଇଁ ବିଶେଷ ସମୟ ସେ ଦେଇପାରିନଥିଲେ। ବିଶେଷକରି ହରିୟାଣା ଫଳ ବିଜେପିକୁ ଶକ୍ତ ଧକ୍କା ଦେଇଛି।

ଲୋକସଭା ନିର୍ବାଚନ ହେଉ କି ବିଧାନସଭା ନିର୍ବାଚନ ହେଉ, ଅମିତ ଶାହ ଆଗରୁ ପୂରା ସମୟ ଦେଉଥିଲେ। ବିଜେପିର ଚାଣକ୍ୟ କିନ୍ତୁ ଏଥର ଅଧିକ ସମୟ ଦେଇ ନ ପାରିବା କାରଣରୁ ବିଜେପିକୁ ଘାଟାରେ ପଡ଼ିବାକୁ ହେଲା। ଯେତେବେଳେ ଯେଉଁଠି ନିର୍ବାଚନ ହେଉଥିଲା ଶହ ଦଳର ନେତା ଓ କର୍ମୀଙ୍କ ପାଖରେ ରହି ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିଲେ ଓ ସେମାନଙ୍କ ନିକଟବର୍ତ୍ତୀ ହୋଇ ପାରୁଥିଲେ।

ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଦଳ ପାଇଁ ସେ ଅଧିକ ସମୟ ଦେଇପାରିନଥିଲେ ଓ ନେତାଙ୍କ ମନୋଭାବରେ ମଧ୍ୟ ତାଙ୍କ ନେତୃତ୍ୱ ପ୍ରତି ଏକ ପ୍ରକାର ପରିବର୍ତ୍ତନ ଆସିଥିବା ବିଷୟ କୁହାଯାଉଛି। ଏସବୁ କାରଣରୁ ବିଜେପିକୁ ଚଳିତ ନିର୍ବାଚନରେ କ୍ଷତି ପହଞ୍ଚିବା ବିଷୟ ଦଳର ନେତାଙ୍କ ଭିତରେ ଆଲୋଚନା ହେଉଛି।

Comment